Latest Odisha News

BREAKING NEWS

ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଆସି ପୁଅର ମଲା ମୁହଁ ଦେଖିଲେ ବାପା-ମା

କେନ୍ଦ୍ରାପଡା: କେନ୍ଦ୍ରାପଡା ସହରର ଏକ ଘରୋଇ କୋଚିଂ ସେଣ୍ଟର ମାଲିକାନାରେ ଥିବା ଏକ ମେଷରୁ ଶନିବାର ବିଳମ୍ବିତ ରାତିରେ ଆୟବା ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ କଂସାରୀ ପଞ୍ଚାୟତ ଫରଦା ଗାଁର ସୁବ୍ରତ ମୁଦୁଲି (17)।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ହଷ୍ଟେଲରେ ଅଚେତ ହୋଇ ପଡିବା ପରେ ସୁବ୍ରତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣଯାଇଥିଲା। ଯେଉଁସମୟରେ କି ତାଙ୍କର ବାପା-ମା ମଧ୍ୟ ହସ୍ପିଟାଲକୁ ଥଣ୍ଡା ଜ୍ୱର ଚେକ୍ ଅପ୍ ପାଇଁ ଆସିଥିଲେ। ଆଉ ପୁଅକୁ ଏପରି ଅବସ୍ଥାରେ ହଠାତ ଦେଖିବା ପରେ ହତବାକ ହୋଇଯାଇଥିଲେ।

ଶନିବାର ବିଳମ୍ବିତ ରାତିରେ ଛାତ୍ର ଜଣକ ଅଚେତ ଅବସ୍ଥାରେ ମେଷରେ ପଡ଼ିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସନ୍ଦେହ ହେବାରୁ ତାଙ୍କ ବାପା ମା’ ସଦର ଥାନାରେ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଛନ୍ତି। ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ସେମାନେ ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଥାନାରେ ଏତଲା ପରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଏହାପରେ କୋଚିଂ ସେଣ୍ଟରର ମାଲିକଙ୍କ ସମେତ ଶିକ୍ଷକ ଫେରାର‌ ହୋଇଯାଇଥିବା ବେଳେ ମେସର ଇନଚାର୍ଜ ଅଟକ ରହିଛନ୍ତି। ଫେରାର ଶିକ୍ଷକଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ରହିଛି।

Comments are closed.