Latest Odisha News

BREAKING NEWS

ସୋସିଆଲ ମିଡିଆରେ ପିଲାଙ୍କ ଫଟୋ ପୋଷ୍ଟ କରିପାରିବେନି ପିତାମାତା, ଜାଣନ୍ତୁ କେଉଁ ଦେଶରେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆକାଉଣ୍ଟ ତିଆରି କରି ନିଜ ପିଲାମାନଙ୍କର କଥାବାର୍ତ୍ତା, କାର୍ଯ୍ୟକଳାପ, ଦୁଷ୍ଟାମୀ ଆଦି ସେୟାର କରିବା ଆଜି କଲି ଯେମିତି ଟ୍ରେଣ୍ଡ ପାଲଟି ଯାଇଛି l ଏପରିକି ଅଭିଭାବକମାନେ ନିଜ ଆକାଉଣ୍ଟରେ ପିଲା ଜନ୍ମ ହେବାଠାରୁ ଆରମ୍ଭ କରି ବଡ ହେବ ପର୍ଯ୍ୟନ୍ତ କରୁଥିବା ଭିନ୍ନ କୌଶଳ ମଧ୍ୟ ସେୟାର କରୁଛନ୍ତି l ଯଦିଓ ଏହା ଆମ ପାଇଁ ଏକ ସାଧାରଣ କଥା, କିନ୍ତୁ ଆପଣ ଜାଣନ୍ତି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ସୋସିଆଲ ମିଡିଆରେ ପିଲାମାନଙ୍କର ଫଟୋ ପୋଷ୍ଟ କରିବା ଏକ ଦଣ୍ଡନୀୟ ଅପରାଧ l ଏହି ଅପରାଧ ପାଇଁ କଠୋର ଆଇନ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଆଂଜ୍ଞା ହଁ, ଆମେ କହୁଛୁ ଜର୍ମାନୀ ବିଷୟରେ l ରିପୋର୍ଟ ଅନୁଯାୟୀ, ଏହି ଦେଶରେ ଯଦି ଅଭିଭାବକମାନେ ତାଙ୍କ ନିଜ ପିଲାଙ୍କ ଫୋଟ ସୋସିଆଲ ମିଡିଆରେ ସେୟାର କରନ୍ତି, ତେବେ ସେମାନଙ୍କ ବୟସ ଏବଂ ପରିପକ୍ୱତା ସ୍ତର ଅନୁଯାୟୀ ସେମାନଙ୍କ ପିଲାଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଯଦି ପିତାମାତାଙ୍କ ମଧ୍ୟରୁ ଜଣେ କେହି ଶିଶୁର ଫଟୋ ପୋଷ୍ଟ କରିବାକୁ ରାଜି ନ ହୁଅନ୍ତି, ତେବେ କୋର୍ଟ ଏହି ଫଟୋ ପୋଷ୍ଟ କରିବାକୁ ବାରଣ କରିପାରିବେ । ଏହି ନିୟମ ଅନୁଯାୟୀ, ଯଦି ସେମାନଙ୍କର ପୋଷ୍ଟ ଶିଶୁର ସମ୍ମାନ କିମ୍ବା ନୈତିକ ଅଖଣ୍ଡତାକୁ ଗୁରୁତର ଭାବରେ ପ୍ରଭାବିତ କରୁଥାଏ ତେବେ ଅଭିଭାବକମାନ ଫଟୋ ପୋଷ୍ଟ କରିବାର ଅଧିକାର ହରାଇ ବସିବେ l

ଜର୍ମାନର ଏହି ଆଇନର ଉଦ୍ଦେଶ୍ୟ ହେଉଛି ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କର ଗୋପନୀୟତା ଅଧିକାର ଜାଣିବା ଦିଗରେ ଦାୟିତ୍ୱ ବଢାଇବା l ତେବେ ଅନଲାଇନରେ ପିଲାମାନଙ୍କର ଫଟୋ ଅପଲୋଡ୍ କରି ଫଲଓର୍ସ ବଢାଇବା କିମ୍ବା ରୋଜଗାର କରିବା ଉଦ୍ଦେଶ୍ୟରେ ଫଟୋ ପୋଷ୍ଟ କରୁଥିବା ପିତାମାତାଙ୍କୁ କୋର୍ଟ ଅନୁସାରେ ଦଣ୍ଡିତ କରାଯିବ l

Leave A Reply

Your email address will not be published.