Latest Odisha News

BREAKING NEWS

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କଲେ ମା’-ବାପା !

ପୁରୀ :ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମା’ । ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ ମୃତଦେହ ଜବତ କରିଛି । ମୃତ ଦମ୍ପତି ହେଲେ ଅନାମ ମିଶ୍ର ଏବଂ ସଙ୍ଗୀତା ମିଶ୍ର । ତାଳବଣିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ।

ପୋଲିସ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହକୁ ଘର ମଧ୍ୟରୁ ଉଦ୍ଧାର କରିଛି । ତେବେ ନିଶାଖୋର ପୁଅ ପାଇଁ ଅତିଷ୍ଠ ହୋଇ ଉଭୟ ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ପୋଲିସ ନିଶାଖୋର ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ସୂଚନାଥାଉକି,ଗତକାଲି ରାତିରେ ପୁଅ ଅନୁସଙ୍ଗୀତ ମିଶ୍ରଙ୍କୁ ଖାଇବାକୁ ଦେଇଥିଲେ ମା’ ସଙ୍ଗୀତା । ପରେ ଶୋଇବାକୁ ଯାଇଥିଲେ । ସକାଳେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇ ପୁରୀ ସଦର ଥାନାକୁ ଖବର ଦେଇଥିଲେ ପୁଅ । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ କରାଇବା ପରେ ସ୍ୱର୍ଗଦ୍ୱାରରେ ଶବଦାହ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.