Latest Odisha News

BREAKING NEWS

ଚୀନରେ ଛୋଟ ପିଲାଙ୍କୁ ଦିଆଯାଉଛି କୁକୁଡା ରକ୍ତ !

ବେଜିଂ: ଚୀନରେ ଏବେ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ସାରା ବିଶ୍ୱ ଚକିତ ହୋଇପଡିଛି । ଏଠାରେ ଛୋଟ ପିଲାମାନଙ୍କୁ କୁକୁଡା ରକ୍ତ ଇଂଜେକସନ ମାଧ୍ୟମରେ ଦିଆଯାଉଛି । ଏହା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର ହେବ ଏବଂ ପିଲାମାନେ ସ୍ମାର୍ଟ ଏବଂ ଫିଟ ରହିବେ ବୋଲି ଚୀନ ଡାକ୍ତର ଯୁକ୍ତି ବାଢ଼ିଛନ୍ତି । କ୍ୟାନ୍ସର ଓ ଚନ୍ଦା ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ମାଆ, ବାପାମାନଙ୍କ ମଧ୍ୟରେ ଏ ନେଇ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ, ଚୀନରେ ମିଡିଲ ସ୍କୁଲ ମଧ୍ୟରେ ୭୧ ଓ ହାଇସ୍କୁଲ ମଧ୍ୟରେ ୮୧ ପ୍ରତିଶତ ଆଖି ରୋଗରେ ପଡୁଛନ୍ତି । କୁକୁଡା ରକ୍ତ ଏହି ସମସ୍ୟାକୁ ମଧ୍ୟ ଦୂର କରିବ ବୋଲି କୁହାଯାଉଛି ।

Leave A Reply

Your email address will not be published.