Latest Odisha News

BREAKING NEWS

ରିଷିଙ୍କ ଅଧୁରା ଫିଲ୍ମକୁ ପୂରା କରିବେ ପରେଶ ରାୱଲ

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଭେଟେରାନ ଅଭିନେତା ରିଷି କପୁର ପ୍ରାୟ ଦୁଇ ବର୍ଷ ଧରି କର୍କଟ ରୋଗ ସହ ସଂଘର୍ଷ ପରେ ୨୦୨୦ ରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ରିଷି ‘ଶର୍ମାଜୀ ନମ୍‌କିନ୍‌’ ଫିଲ୍ମର ସୁଟିଂ କରୁଥିଲେ। କିନ୍ତୁ ସୁଟିଂ ଅଧାରୁ ରିଷିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ସେ ସୁଟିଂ ଶେଷ କରିପାରି ନଥିଲେ। ତେବେ ଏହି ଚଳଚ୍ଚିତ୍ରରେ ବାକି ଥିବା କାମକୁ ଶେଷ କରିବାକୁ ପରେଶ ରାୱଲ ରାଜି ହୋଇଛନ୍ତି। ପରେଶ ଅବଶିଷ୍ଟ ଅଂଶଗୁଡ଼ିକୁ ପୂରା କରିବେ।

‘ଶର୍ମାଜୀ ନମ୍‌କିନ୍‌’ ଚଳିତ ବର୍ଷ ସେପ୍ଟେମ୍ବର ୪ ରେ ରିଷି କପୁରଙ୍କ ଜନ୍ମ ବାର୍ଷିକୀରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ରିଷି କପୁରଙ୍କ ଭୂମିକାରେ ଅଭିନୟ କରୁଥିବା ଏହି ଚଳଚ୍ଚିତ୍ରରେ ପରେଶ ସମାନ ଚରିତ୍ରରେ ଅଭିନୟ କରିବେ।ଫିଲ୍ମର ଅଧିକାଂଶ ଅଂଶର ସୁଟିଂ ଗତ ବର୍ଷ ଜାନୁଆରୀରେ ଶେଷ ହୋଇଥିଲା। ତାଙ୍କ ଭଉଣୀ ରିତୁ ନନ୍ଦାଙ୍କ ମୃତ୍ୟୁ ପରେ ରିଷି ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତରଙ୍କ ସହ ନିର୍ମିତ ହୋଇଥିବାବେଳେ ନିର୍ଦ୍ଦେଶକ ଦେଇଛନ୍ତି ହିତେଶ ଭାଟିଆ।

Comments are closed.