Latest Odisha News

BREAKING NEWS

ଉଜ୍ଜୟିନୀରେ ମହାକାଳଙ୍କ ଦର୍ଶନ କଲେ ପରିଣିତି-ରାଘବ

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପରିଣିତି ନୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ଏମପି ରାଘବ ଚଢା ବିବାହ ପୂର୍ବରୁ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେମାନଙ୍କ ନିର୍ବନ୍ଧ ପରେ ଉଭୟ ବାରମ୍ବାର ଏକାଠି ନଜର ଆସୁଛନ୍ତି । ଶନିବାର ପରିଣିତି ଓ ରାଘବ ଉଜ୍ଜୟିନୀରେ ମହାକାଳେଶ୍ୱର ମନ୍ଦିରରେ ପହଞ୍ôଚ ମହାକାଳଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହାର ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପରିଣିତି ଓ ରାଘବ ଆସନ୍ତା ସେପ୍ଟେ୍ଟମ୍ବର ୨୫ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଗତ ମେ ୧୩ ତାରିଖରେ ଦିଲ୍ଲୀରେ ସେମାନଙ୍କ ନିର୍ବନ୍ଧ ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ଏହି ଯୋଡ଼ିକୁ ଲୋକେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି । ଉଭୟ ଶନିବାର ଉଜ୍ଜୟିନୀରେ ମହାକାଳେଶ୍ୱର ମନ୍ଦିରରେ ପ୍ରଭୁ ମହାକାଳଙ୍କ ଦର୍ଶନ କରିବା ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ସୁନ୍ଦର ବନ୍ଧନ ଦେଖିବାକୁ ମିଳିଥିଲା । ପରିଣିତିଙ୍କୁ ଏକ ଭାରତୀୟ ପୋଷାକ ଗୋଲାପୀ ରଙ୍ଗର ଶାଢିରେ ଦେଖିବାକୁ ମିଳିଥିବାବେଳେ ରାଘବ ଏକ ହଳଦିଆ ଧୋତି ଉପରେ କାନ୍ଧରେ ଏକ ଲାଲ୍ ଚୁନି ପକାଇଥିଲେ । ଯେଉଁଥିରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

Leave A Reply

Your email address will not be published.