Latest Odisha News

ପରିଣୀତିଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଘବ

ମୁମ୍ବାଇ: ୩୫ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଜି ସେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କ ସ୍ୱାମୀ ରାଘବ ଚଢ଼ା ତାଙ୍କୁ ଏକ ସ୍ୱତନ୍ତ୍ର ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ରାଘବ ତାଙ୍କ ପତ୍ନୀଙ୍କ ସହ କିଛି ଫଟୋ ସେୟାର କରି ପରିଣୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଉ କ୍ୟାପସନରେ ରାଘବ ଲେଖିଛନ୍ତି ଯେ, ତୁମେ ମୋ ଜୀବନକୁ ସୁପରଷ୍ଟାର ପରି ଆସି ଉଜ୍ଜ୍ୱଳ କରିଦେଇଛ । ତୁମର କେବଳ ଗୋଟିଏ ହସ ମୋର ବିଶୃଙ୍ଖଳିତ ଜୀବନକୁ ଚମତ୍କାର କରିଦିଏ । ତୁମେ ମୋ ଦୁନିଆକୁ ବହୁତ ଖୁସି ନେଇ ଆସିଛ । ଏହି ବିଶେଷ ଦିନରେ, ମୁଁ ସେହି ଶ୍ରେଷ୍ଠ ମହିଳାଙ୍କ ଜନ୍ମଦିନ ପାଳନ କରିବାକୁ ଚାହୁଁଛି, ଯିଏ ହେଉଛ ତୁମେ । ଜନ୍ମଦିନର ଶୁଭେଚ୍ଛା ପରି ।

ପରିଣୀତି ଚୋପ୍ରା ଅକ୍ଟୋବର ୨୨, ୧୯୮୮ରେ ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ । ଏବେ ଅଭିନେତ୍ରୀ ୩୫ବର୍ଷ ବୟସରେ ପାଦ ଦେଇଛନ୍ତି । ବିବାହ ପରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ରାଘବ ଚଢ଼ାଙ୍କ ସହ ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି ।

Comments are closed.