Latest Odisha News

BREAKING NEWS

ସୈଫଙ୍କ ପଛରେ ପଡିଥିଲେ ପରିଣୀତି, କରୀନା ବି ଜାଣନ୍ତି

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଜି ଜନ୍ମଦିନ । ପ୍ରଶଂସକଙ୍କ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ତେବେ ପରିଣୀତି କାହାର ପ୍ରଶଂସକ ଥିଲେ ଜାଣନ୍ତି କି ? ସେ ସୈଫ ଅଲି ଖାଁଙ୍କୁ ବହୁତ ଭଲ ପାଉଥିଲେ । ଏହି କଥା ସେ କେତେକ ସ୍ଥାନରେ କହିଛନ୍ତି । ଏକ ଟିଭି ଶୋରେ ଯଦି ତୁମକୁ କୁହାଯାଏ ଜଣକୁ ଅପହରଣ କରିବାକୁ, ତାହାହେଲେ କାହାକୁ କରିବ ପ୍ରଶ୍ନର ଉତରରେ ସେ କହିଥିଲେ, ନିଶ୍ଚିତ ଭାବେ ସୈଫଙ୍କୁ ।

ସୈଫଙ୍କୁ ମୁଁ ବହୁତ ପସନ୍ଦ କରେ ତାହା କରୀନା କାପୁର ମଧ୍ୟ ଜଣନ୍ତି । ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ଖୁବ୍ ଶୀଘ୍ର ପରିଣୀତିଙ୍କ ସନ୍ଦୀପ ଔର ପିଙ୍କି ରିଲିଜ ହେବାକୁ ଯାଉଛି । ଏଥିରେ ତାଙ୍କ ସହ ଅର୍ଜୁନ କାପୁର ଅଛନ୍ତି ।

Leave A Reply

Your email address will not be published.