Latest Odisha News

ପ୍ୟାରିସ ଅଲିମ୍ପିକ୍ସ: ଅଂଶଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କ ସମ୍ପର୍କରେ ଏ ଟୁ ଜେଡ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ମହାକୂମ୍ଭରେ ଏଥର ଭାରତର ଦ୍ୱିତୀୟ ସର୍ବାଧିକ ଟିମ ଦକ୍ଷତା ପ୍ରଦର୍ଶନ କରିବେ । ଟୋକିଓ ଗେମ୍ସରେ ସର୍ବାଧିକ ୧୨୧ ଜଣ ଆଥଲେଟ ଅଂଶଗ୍ରହଣ କରିଥିଲେ ।
୭୨: ପ୍ୟାରିସ ଗେମ୍ସରେ ଭାରତର ୬୧ ପ୍ରତିଶତ ଆଥଲେଟ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି । ସଂଖ୍ୟା ହିସାବରେ ଏହା ୭୨ ହେଉଛି । ଏହି ଯୁବ ଆଥଲେଟ ପଦକ ଜିତି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିବାକୁ ଚାହିଁବେ ।

୭୦ ଏବଂ ୪୭: ଏଥର ଅଲିମ୍ପିକ୍ସରେ ଭାରତର ୭୦ ଜଣ ପୁରୁଷ ଏବଂ ୪୭ ଜଣ ମହିଳା ଆଥଲେଟ ଅଂଶଗ୍ରହଣ କରୁଛନ୍ତି ।
୨୯: ପ୍ୟାରିସ ଗେମ୍ସରେ ଭାରତ ପକ୍ଷରୁ ଏଥର ସର୍ବାଧିକ ୨୯ଜଣ ଆଥଲେଟିକ୍ସରେ ଅଂଶଗ୍ରହଣ କରିବେ । ଏହା ପଛକୁ ଶୁଟିଂରେ ୨୧, ହକିରେ ୧୯, ଟିଟିରେ ୮, ବ୍ୟାଡମିଂଟନରେ ୭ ଗଲ୍ଫରେ ୪, ଟେନିସରେ ୩, ସନ୍ତରଣରେ ୨, ସେଲିଂରେ ୨, ଇକ୍ୱେଷ୍ଟ୍ରେନ, ଜୁଡୋ, ରୋଇଂ ଓ ଭାରୋତୋଳନରେ ଜଣେ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।

୨୪: ରାଜ୍ୟ ଅନୁସାରେ ବିଚାରକୁ ନେଲେ ହରିୟାଣାରୁ ସର୍ବାଧିକ ୨୪ଜଣ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ପଞ୍ଜାବରୁ ୧୯, ତାମିଲନାଡୁରୁ ୧୩, କର୍ଣ୍ଣାଟକରୁ ୭, ଉତରପ୍ରଦେଶରୁ ୭, କେରଳରୁ ୬, ମହାରାଷ୍ଟ୍ରରୁ ୫, ଦିଲ୍ଲୀ ୪ରୁ, ଆନ୍ଧ୍ରପ୍ରଦେଶରୁ ୪, ତେଲେଙ୍ଗାନରୁ ୪, ଉତରାଖଣ୍ଡରୁ ୪, ପଶ୍ଚିମବଙ୍ଗରୁ ୩, ମଧ୍ୟପ୍ରଦେଶରୁ ୨, ମଣିପୁରକୁ ୨, ଓଡିଶାରୁ ୨, ରାଜସ୍ଥାନରୁ ୨, ଗୁଜରାଟରୁ ୨, ଚଣ୍ଡୀଗଡରୁ ୨, ବିହାର, ଆସାମ, ସିକ୍କିମ, ଝାରଖଣ୍ଡ ଓ ଗୋଆରୁ ଜଣେ ପ୍ରତିନିଧି ଅଂଶଗ୍ରହଣ କରିବେ ।

୫: ୫ ଅଲିମ୍ପିକ ପଦକ ବିଜେତା ପୂନର୍ବାର ସଫଳତା ହାସଲ କରିବା ପାଇଁ ଚାହିଁବେ । ସେମାନେ ହେଲେ ନୀରଜ ଚୋପ୍ରା, ମୀରାବାଇ ଚାନୁ, ପିଭି ସିନ୍ଧୁ, ଲଭଲୀନା ବୋରଗୋୋନ ଓ ପୁରୁଷ ହକି ଟିମ ।
୨: ପାରୁଲ ଚୌଧୁରୀ ଓ ମାନୁ ଭାକର ୨ଟି ଇଭେଂଟରେ ଅଂଶଗ୍ରହଣ କରିବେ । ପାରୂଲ ୫୦୦୦ ମିଟର ରନ ଓ ୩୦୦୦ ମିଟର ଷ୍ଟିପେଲଚେଜରେ ଏବଂ ମାନୁ ମହିଳା ୧୦ ମିଟର ଏୟାର ପିସ୍ତଲ ଓ ୨୫ ମିଟର ପିସ୍ତଲ ଶୁଟିଂରେ ଅଂଶଗ୍ରହଣ କରିବେ ।

୧: ଭାରତୀୟ ଟିମରେ ନୀରଜ ଚୋପ୍ରା ଏକମାତ୍ର ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ଭାବେ ଅଂଶଗ୍ରହଣ କରୁଛନ୍ତି ।
୧୪ ଓ ୪୪: ସନ୍ତରଣକାରୀ ଧୀନିଧି ଦେଶୀନଗୁ ସର୍ବ କନିଷ୍ଠ (୧୪ ବର୍ଷ) ଓ ଟେନିସ ଖେଳାଳି ରୋହନ ବୋପାନ୍ନା (୪୪) ବୟୋଜ୍ୟେଷ୍ଠ ଆଥଲେଟ ମଧ୍ୟ ପ୍ୟାରିସ ଗେମ୍ସରେ ଖେଳିବେ ।

Comments are closed.