Latest Odisha News

ବକ୍ସିଂରେ ଏଥର ଭାରତ ଲଗାଇ ପାରିବ କି ଗୋଲ୍ଡେନ ପଂଚ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବକ୍ସରଙ୍କଠାରୁ ଏଥର ଗୋଲ୍ଡେନ ପଂଚ ଆଶା କରାଯାଉଛି । ରେସଲିଂ ପରି ଏଥର ପୁରୁଷଙ୍କ ତୁଳନାରେ ଏଥର ଅଧିକ ମହିଳା ଅଲିମ୍ପିକ କୋଟା ହାସଲ କରିଛନ୍ତି । ଅନ୍ତିମ ପଙ୍ଘାଲ (୫୧ କିଗ୍ରା) ଓ ନିଶାନ୍ତ ଦେବ(୭୧ କିଗ୍ରା) ବ୍ୟତୀତ ନିଖତ ଜରୀନ, ପ୍ରୀତି ପାୱାର, ଜସ୍ମିନ ଲମ୍ବୋରିୟା ଓ ଲଭଲୀନ ବୋରଗୋହେନ ଭାରତ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ । ଆନ୍ତର୍ଜାତୀୟସ୍ତରରେ ମହିଳା ବକ୍ସରମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଗତ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ଲଭଲୀନ ୨୦୨୩ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଓ ୨୦୨୨ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ।

ତେବେ ନିଖତଙ୍କ ନିକଟରୁ ସବୁଠାରୁ ବେଶୀ ଆଶା ରହିଛି । ସେ ୨୦୨୨ ଓ ୨୦୨୩ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେହିପରି ପ୍ରୀତି ଓ ଜସ୍ମିନ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜ ନିଜ ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମିତଙ୍କଠାରୁ ଏକ ନିଶ୍ଚିତ ପଦକ ଆଶା କରାଯାଉଛି । ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ଗୋଲ୍ଡେନ ପଂଚ ଲଗାଇବାରେ ସଫଳ ହୋଇଥିଲେ ।

ଭାରତ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ୩ଟି ପଦକ ଜିତିଛି । ବେଜିଂ ଅଲିମ୍ପିକ୍ସରେ ବିଜେନ୍ଦର ସିଂ ଏବଂ ପରେ ମେରୀ କମ ଓ ଲଭଲୀନା ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ୬୮ ଦେଶର ୨୪୮ ବକ୍ସର ଅଂଶଗ୍ରହଣ କରୁଛନ୍ତି । ଓଭରାଲ ୫୨ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱୀତା ହେବ । ଭାରତ ପାଇଁ ଆମେରିକା, କ୍ୟୁବା, ବ୍ରିଟେନ, ଇଟାଲୀ ଓ ହଙ୍ଗେରୀ ମୂଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବେ ।

ଭାରତୀୟ ପ୍ରତିଯୋଗୀଙ୍କ ତାଲିକା: ପୁରୁଷ-ଅନ୍ତିମ ପଙ୍ଘାଲ(୫୧ କିଗ୍ରା) ଓ ନିଶାନ୍ତ ଦେବ(୭୧ କିଗ୍ରା) । ମହିଳା- ନିଖତ ଜରୀନ (୫୦ କିଗ୍ରା), ପ୍ରୀତି ପାୱାର( ୫୪ କିଗ୍ରା), ଜସ୍ମିନ (୫୭କିଗ୍ରା), ଲଭଲୀନ ବୋରଗୋହେନ(୭୫ କିଗ୍ରା) ।

Comments are closed.