Latest Odisha News

ପ୍ୟାରିସ୍‌ରେ ଅସହ୍ୟ ଗରମ; ଭାରତୀୟ ଖେଳାଳିଙ୍କ ପାଇଁ ଗଲା ୪୦ଟି ପୋର୍ଟେବଲ ଏସି

ପ୍ୟାରିସ୍‌: ପ୍ୟାରିସ୍‌ରେ ଚାଲିଛି କ୍ରୀଡା ମହାକୁମ୍ଭ। ଚଳିତବର୍ଷ ଅଲିମ୍ପିକ୍ସକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କାହିଁକି ନା କ୍ରୀଡା ଗ୍ରାମରେ କେତେବେଳେ ଛୋଟ ରୁମ୍, ବେଡ, ବାଥରୁମ ଆଦିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖେଳାଳି।

ଏହାରି ମଧ୍ୟରେ ପ୍ୟାରିସ୍‌ରେ ଜାରି ରହିଛି ଅସହ୍ୟ ଗରମ। ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଖେଳାଳି। ଯାହା ପରେ ଭାରତୀୟ ଖେଳାଳିଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ୪୦ଟି ପୋର୍ଟେବଲ ଏସି ପଠାଯାଇଛି। ଫଳରେ ଗରମରୁ ରକ୍ଷା ପାଇପାରିବେ ଖେଳାଳି।

ଶୁକ୍ରବାର କ୍ରୀଡ଼ା ପ୍ରାଧିକରଣ ଅଫ୍ ଇଣ୍ଡିଆ, ଇଣ୍ଡିଆନ ଅଲମ୍ପିକ୍ସ ଆସୋସିଏସନ ଏବଂ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯାହାପରେ ଏଭଳି ପଦକ୍ଷେପ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ୟାରିସରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। କ୍ରୀଡ଼ା ଗ୍ରାମରେ ଏସିର ବ୍ୟବସ୍ଥା ନହୋଇଥିବାରୁ ଅଧିକାଂଶ ଦେଶ ଆୟୋଜକଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଛନ୍ତି।

Comments are closed.