Latest Odisha News

ପୂନର୍ବାର ଭାରତ ପାଇଁ ଶୁଭ ସାବ୍ୟସ୍ତ ହେବ କି ଅଗଷ୍ଟ ୭

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର କ୍ରୀଡା ଭିଲେଜରେ ଭାରତୀୟ ଆଥଲେଟମାନେ ପଂହଚିବା ଆରମ୍ଭ କରିଛନ୍ତି । ଭାରତ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆ ଅଗଷ୍ଟ ୭ ପୂନର୍ବାର ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ୨୦୨୧ ଅଲିମ୍ପିକ୍ସରେ ଏହି ଦିନରେ ନୀରଜ ଚୋପ୍ରା ଭାରତ ପାଇଁ ଇତିହାସ ରଚିଥିଲେ । ସେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥର ଅଗଷ୍ଟ ୭ରେ ମୀରାବାଇ ଚାନୁ ୱେଟଲିଫ୍ଟିଂରେ ଅଂଶଗ୍ରହଣ କରିବେ । ଯଦି ଏହି ତାରିଖ ଶୁଭ ସାବ୍ୟସ୍ତ ହୁଏ ତେବେ ମୀରବାଇ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ପାରନ୍ତି । ଅବଶ୍ୟ ପ୍ରଦର୍ଶନ ବିଚାରକୁ ନେଲେ ମୀରାବାଇ ପଦକ ଦାବୀଦାର ଭାବେ ନିଜକୁ ଉପସ୍ଥାପିତ କରିପାରିଛନ୍ତି । ୧୧୯ କିଗ୍ରା ଭାର ଉଠାଇ ସେ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ ।

ମୀରା ସର୍ବଦା ନିଜ ପାଖରେ ହନୁମାନଙ୍କୁ ରଖିଥାନ୍ତି । ବଡ ମୁକାବିଲା ପୂର୍ବରୁ ସେ ହନୁମାନ ଚାଳିଶା ପାଠ କରି ଯାଇଥାନ୍ତି । ୪୯ କିଗ୍ରା ବିଭାଗରେ ତାଙ୍କ ମୁକାବିଲା ଚୀନ, ରୋମାନିଆ, ଆମେରିକା ଓ ଥାଇଲାଣ୍ଡ ପ୍ରତିଯୋଗୀଙ୍କ ମଧ୍ୟରେ ହେବ । ପଦକ ହାସଲ ପାଇଁ ତାଙ୍କୁ ୨୦୦ କିଗ୍ରା ଭାର ଉଠାଇବା ପାଇଁ ଟାର୍ଗେଟ କରିବାକୁ ପଡିବ । ଡିସେମ୍ବର ୨୦୨୨ ପରଠାରୁ ସେ ଏହି ମାର୍କ ଛୁଇଁ ପାରି ନାହାନ୍ତି । ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ୩ଜଣ ୨୦୦ରୁ ଅଧିକ ଭାର ଉଠାଇ ସାରିଛନ୍ତି । ତେବେ ମୀରା ଏଥର ନିଶ୍ଚିତ ପଦକ ଜିତିବେ ବୋଲି କୋଚ ବିଜୟ ଶର୍ମା କହିଛନ୍ତି ।

Comments are closed.