Latest Odisha News

BREAKING NEWS

ଐତିହାସିକ ପ୍ରଦର୍ଶନ ସହ ଭାରତ ଶେଷ କଲା ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ଅଭିଯାନ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ ଶେଷ ହୋଇଯାଇଛି । ଭାରତ ଏହି ସଂସ୍କରଣରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଛି । ଟିମ ଇଣ୍ଡିଆ ଓଭରାଲ ୨୯ ପଦକ ହାସଲ କରିଛି । ଏଥିରେ ୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୩ ବ୍ରୋଞ୍ଜ ପଦକ ସାମିଲ । ଭାରତ ପଦକ ତାଲିକାରେ ୧୮ତମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଚୀନ ୨୨୦ ପଦକ ସହ ଶୀର୍ଷରେ ରହିଛି । ଗ୍ରେଟ ବ୍ରିଟେନ(୧୨୪), ଆମେରିକା(୧୦୫) ଓ ନେଦରଲାଣ୍ଡସ(୫୬) ପଦକ ସହ ଦ୍ୱିତୀୟରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଛନ୍ତି ।

ଟ୍ରାକ ଆଣ୍ଡ ଫିଲ୍ଡରେ ଭାରତୀୟ ଆଥଲେଟ ୧୭ ପଦକ ଜିତିଥିଲେ । ଭାରତ ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ୫ ସ୍ୱର୍ଣ୍ଣ, ୬ cରୌପ୍ୟ ଓ ୮ ବ୍ରୋଞ୍ଜ ପଦକ ସହ ଓଭରାଲ ୧୯ ପଦକ ଟିମ ଇଣ୍ଡିଆ ଜିତିଥିଲା । ଏଥରର ପ୍ରଦର୍ଶନ ଭାରତୀୟ ପାରା ଆଥଲେଟଙ୍କୁ ଦୃଢ଼ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି । ଯାହାକି ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ ପାଇଁ ଉତ୍ସାହ ଯୋଗାଇବ ।

Comments are closed.