Latest Odisha News

ପାରାଅଲିମ୍ପିକ୍ସ: ହରଭିନ୍ଦର, ପ୍ରୀତି ହେବେ ଭାରତର ଧ୍ୱଜବାହକ

ପ୍ୟାରିସ: ସ୍ୱର୍ଣ୍ଣ ପଦକ ବିଜେତା ତୀରନ୍ଦାଜ ହରଭିନ୍ଦର ସିଂ ଓ ପାରାଅଲିମ୍ପିକ୍ସରେ ୨ଟି ପଦକ ଜିିତିଥିବା ଧାବିକା ପ୍ରୀତି ପାଲଙ୍କୁ ଉଦଯାପନୀ ଉତ୍ସବରେ ସମ୍ମାନଜନକ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଭୟ ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ହରଭିନ୍ଦର ୨୦୨୧ ଟୋକିଓ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ଭାରତ ପାଇଁ ସ୍ୱର୍ଣ୍ଣ ଜିତିବା ମୋ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ମହିଳା ଟି୩୫ ୧୦୦ ଓ ୨୦୦ ମିଟର ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିବା ୨୩ ବର୍ଷୀୟା ପ୍ରୀତି ଭାରତର ଧ୍ୱଜବାହକ ହେବା ନିଶ୍ଚିତ ଭାବେ ଏକ ଅଭୂଲା କ୍ଷଣ ହେବ ।

ଭାରତୀୟ ଦଳର ପ୍ରମୂଖ ସତ୍ୟ ପ୍ରକାଶ ସାଙ୍ଗୱାନ କହିଛନ୍ତି ଏହି ୨ ଖେଳାଳିଙ୍କ ପ୍ରଦର୍ଶନ ଯୁବ ପିଢ଼ୀଙ୍କୁ ଆଗାମୀ ଦିନରେ ପ୍ରେରଣା ଯୋଗାଇବ । ଭାରତ ଶୁକ୍ରବାର ସୁଦ୍ଧା ୬ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୧ ବ୍ରୋଞ୍ଜ ପଦକ ଜିତି ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି ।

Comments are closed.