Latest Odisha News

BREAKING NEWS

ତୁଟିଲା ୭୫ ବର୍ଷର ସମ୍ପର୍କ; ରହିଯିବ କାହାଣୀ ହୋଇ. ପ୍ରେରଣା ହୋଇ

ନୂଆଦିଲ୍ଲୀ: ତୁଟିଲା ୭୫ ବର୍ଷର ସମ୍ପର୍କ । ଇତିହାସ ପାଲଟିଲା ଅନୁଭୂତି । ଏ ଇତିହାସ ଭିତରେ ଲୁଚିଯିବ କେତେ ସଂଘର୍ଷର କାହାଣୀ । ହଜିଯିବ କେତେ ଉତ୍‌ଥାନ ପତନର ଦୃଶ୍ୟପଟ । ଦିନେ ଏଇଠୁ ଆରମ୍ଭ ହୋଇଥିଲା ସ୍ୱାଧୀନ ଭାରତର ଜୟଯାତ୍ରା  । ଆଜି ଏ ଜୟଯାତ୍ରାରେ ପଛରେ ପଡିଯବ ପୁରୁଣା ପାର୍ଲାମେଣ୍ଟ ଭବନ ।   ଆଗାମୀ ବଂଶଧରଙ୍କ ପାଇଁ ରହିଯିବ କାହାଣୀ ହୋଇ. ପ୍ରେରଣା ହୋଇ ।

୯୬ ବର୍ଷର ପୁରୁଣା ଏହି ପାର୍ଲାମେର୍ଟ ଭବନକୁ ବିଦେଶୀ ଇଙ୍ଗିତରେ ଗଢାଯାଇଥିଲା । କିନ୍ତୁ ଏଥିରେ ରହିଥିଲା ଭାରତୀୟଙ୍କ ଲହୁ..ଲୁହ । ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ସମ୍ବିଧାନ ପ୍ରଣୟନ ପର୍ଯ୍ୟନ୍ତ.. କେତେ ଆଇନ ଗଢିଛି..କେତେ ଭାଙ୍ଗିଛି ଏଇ ପୁରୁଣା ଭବନରେ । କେତେ ସରକାରଙ୍କ କାର୍ଯ୍ୟକାଳକୁ ଦେଖିଛି ଏ ସଂସଦ ଭବନ । ଆତଙ୍କୀ ଆକ୍ରମଣର ସାମ୍ନା ବି କରିଛି । ତଥାପି ମୁଣ୍ଡ ଟାକି ଛିଡା ହୋଇଛି । ଭାରତର ଗୌରବ ଗାରିମାର ଜୟଗାନ କରୁଛି। ହେଲେ ଆଜି ସବୁ ଶେଷ ହୋଇଯାଇଛି । ଆଜିଠୁ ଆଉ ଏଠି ନେତା ମନ୍ତ୍ରୀଙ୍କର ଭିଡ ଜମିବନି । ରାଜନୈତିକ ବୟାନବାଜିରେ ସରଗରମ ହେବନି ଏହାର ପରିବେଶ । ଏହି ୯୬ ବର୍ଷର ବୃଦ୍ଧ ପାର୍ଲାମେଣ୍ଟ ଭବନକୁ ବାଏ ବାଏ କହି ନୂଆ ଭବନକୁ ଆସିଛନ୍ତି ସରକାର ।

ନୂଆ ଭବନରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଧିବେଶନର ୨ୟ ଦିନ । ନୂଆ ସଂସଦରେ ସ୍ୱତନ୍ତ୍ର ଅଧିବେଶନର ୨ୟ ଦିନ । ଏହି ଦିନ ଭାରତୀୟ ସମ୍ବିଧାନରେ ସବୁଦିନ ପାଇଁ ଐତିହାସିକ ହୋଇ ରହିବ । କାରଣ ନୂଆ ଭବନରେ ପ୍ରଥମ ଦିନରେ ଆସିବ ମହିଳା ସଂରକ୍ଷଣ ବିଲ ।

ଗଣେଶ ଚତୁର୍ଥୀରେ  ନୂଆ ଭବନର ଶ୍ରୀ ଗଣେଶ  । ଗଣେଶ ଚତୁର୍ଥୀରେ ଶୁଭାରମ୍ଭ ଏକ ସୁଖଦ ସଂଯୋଗ । ସଙ୍କଳ୍ପରୁ ସିଦ୍ଧି ଆଡକୁ ନୂଆ ବିଶ୍ୱାସର ଯାତ୍ରା ଆରମ୍ଭ ହୋଇଛି । ଏ କ୍ଷଣ ଇତିହାସରେ ନାଁ ଲିପିବଦ୍ଧ କରିବାର ସମୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସଦନର ପ୍ରଥମ ଦିନର ପ୍ରଥମ ବୈଠକ ଘୋଷଣା କରିଛନ୍ତି ବାଚସ୍ପତି ଓମ ବିର୍ଲା ।

ଏ ନୂଆ ଭବନ ଅନେକ ସୁଖଦ ଅନୁଭୂତିର ସ୍ମାରକୀ ହେଉ…ଅନେକ ବୈପ୍ଳବିକ ପରିବର୍ତ୍ତନର ସାକ୍ଷୀ ହୋଇ ରହୁ…

Leave A Reply

Your email address will not be published.