Latest Odisha News

BREAKING NEWS

୫ ସଦସ୍ୟ ପାଇବେ ସଂସଦ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: ୫ ଲୋକସଭା ସଦସ୍ୟ ପାଇବେ ସଂସଦ ରତ୍ନ ପୁରସ୍କାର । ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର ଘୋଷଣା ହୋଇଛି । ଏଥିପାଇଁ ଭାଜପାର ସୁକାନ୍ତ ମଜୁମଦାର ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ସମେତ ପାଞ୍ଚ ଜଣ ଲୋକସଭା ସଦସ୍ୟ ମନୋନୀତ ହୋଇଛନ୍ତି । ଏହାର ଆୟୋଜକମାନେ ରବିବାର ଏହି ଘୋଷଣା କରିଛନ୍ତି ।

ଫେବୃଆରୀ ୧୭ରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ । ମନୋନୀତ ହୋଇଥିବା ଅନ୍ୟ ତିନିଜଣ ଏମ୍‌ପିଙ୍କ ମଧ୍ୟରେ ଭାଜପାର ସୁଧୀର ଗୁପ୍ତା, ଏନସିପିର ଅମୋଲ ରାମସିଂହ କୋଲହେ ଏବଂ କଂଗ୍ରେସର କୁଲଦୀପ ରାୟ ଶର୍ମା ଅଛନ୍ତି । ସଂସଦ ରତ୍ନ ପୁରସ୍କାର ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନକାରୀ ସଂସଦୀୟମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଆଧାରରେ ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.