Latest Odisha News

BREAKING NEWS

ଗୋଟେ ସିକ୍ରେଟ ଡାଏରୀ, ପୁଣି ସୋସିଆଲ ମିଡିଆ ଗ୍ରୁପ୍, ଆଉ ସେଥିରେ ୭ ସଦସ୍ୟ… ଏପରି ଭାବେ ଯୋଡି ହୋଇ ରହିଛି ସଂସଦ କାଣ୍ଡ ଯୋଜନା ସିକ୍ରେଟ

ନୂଆଦିଲ୍ଲୀ: ସଂସଦରେ ଘଟିଥିବା ସ୍ପ୍ରେ କାଣ୍ଡ ପୁରା ଦେଶକୁ ବର୍ତ୍ତମାନ ହଲଚଲ୍ କରିଦେଇଛି । ଏତେ ହାଇ ସିକ୍ୟୁରିଟି ମଧ୍ୟରେ ସଂସଦର ଅନୁପ୍ରବେଶ ଅଞ୍ଚଳରେ ଏଭଳି ଆତଙ୍କୀ କାର୍ଯ୍ୟ ଏବେ ସମସ୍ତଙ୍କ ନିଦ ହଜେଇଦେଇଛି । ଆତଙ୍କବାଦୀ ଆକ୍ରମଣ ଭଳି ଘଟିଥିବା ଏହି ଘଟଣା ଦେଶର ସମସ୍ତ ଗୁପ୍ତଚର ଏଜେନ୍ସି ସମେତ ସମସ୍ତ ସୁରକ୍ଷା ଏଜେନ୍ସିକୁ ବର୍ତ୍ତମାନ ଚ୍ୟାଲେଞ୍ଜ ଦେଇଛି । ବର୍ତ୍ତମାନ ଏହି ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଏହି ଘଟଣାରେ ସବୁଠାରୁ ବଡ ସଫଳତା ୟୁପି ଏଟିଏସ୍ କୁ ମିଳିଛି । କାରଣ ଲକ୍ଷ୍ନୌରେ ଅଭିଯୁକ୍ତ ସାଗର ଶର୍ମାଙ୍କ ଘରୁ ଏକ ଡାଏରୀ ମିଳିଛି | ଯାହାଦ୍ଵାରା ପୁରା ଷଡଯନ୍ତ୍ର ପର୍ଦ୍ଦାଫାସ କରିବାରେ ସହାୟକ ହୋଇପାରିବ ।

ସାଗର ଶର୍ମା, ମନୋରଞ୍ଜନ ଡି, ନିଲମ୍ ଆଜାଦ୍, ଅମୋଲ ଶିଂଦେ, ଲଳିତ ଝା ଏବଂ ବିକି । ଇଏ ହେଉଛନ୍ତି ସେଇମାନଙ୍କ ନାଁ ଯେଉଁମାନେ ହାଇ ସିକ୍ୟୁରିଟି ଭିତରେ ମଧ୍ୟ ସଂସଦ ମଧ୍ୟରେ ପଶି ପୁରା ସଂସଦକୁ ଧୁଆଁ କରିଦେଇଥିଲେ । ସଂସଦ ବାହାରେ ଥିବା ଏତେ କଡା ପ୍ରହରୀକୁ ମଧ୍ୟ ଖାତିର ନକରି ସୁରକ୍ଷାକର୍ମୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ । ବର୍ତ୍ତମାନ ଏହି ସବୁ ଅଭିଯୁକ୍ତ ପୋଲିସ ହେପାଜତରେ ରହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏଇଆ ଯେ ଏହି ସମସ୍ତ ଅଭିଯୁକ୍ତ ଅଲଗା ଅଲଗା ରାଜ୍ୟର ।

ଏହାରିଭିତରେ ପୋଲିସ ହାତରେ ଲାଗିଛି ଏକ ସିକ୍ରେଟ ଡାଏରୀ । ଅଭିଯୁକ୍ତ ସାଗର ଶର୍ମାର ଘରେ ପୋଲିସ ତଲାସ କରୁଥିବା ବେଳେ ପୋଲିସ ହାତରେ ଲାଗିଛି ଏହି ସିକ୍ରେଟ ଡାଏରୀ । ତେବେ କଣ ରହିଛି ଏହି ଡାଏରୀ ଭିତରେ ? ଏହାକୁ ପଢିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହେବ ବୋଲି କହିଛି ପୋଲିସ । କିନ୍ତୁ ଡାଏରୀର ପ୍ରଥମ ପୃଷ୍ଠାରେ ଯାହା ଲେଖାଯାଇଛି ତାହା ଦେଖି ପୋଲିସର ନିଦ ହଜି ଯାଇଛି । ସେଥିରେ ଲେଖାଯାଇଛି ଯେ,” ବର୍ତ୍ତମାନ ଘରଠୁ ଦୁରକୁ ଯିବାର ସମୟ ଆସିଗଲା । ଗୋଟେ ପଟେ ଭୟ ତ ରହିଛି କିନ୍ତୁ ଅନ୍ୟପଟେ କିଛି କରିବାର ଅଗ୍ନୀ ମନକୁ ଅଶାନ୍ତ କରିବାରେ ଲାଗିଛି” ।

ସେହିପରି ଅନ୍ୟ ଏକ ପୃଷ୍ଠାରେ ଲେଖାଯାଇଛି ଯେ,” କାସ୍ ମୁଁ ମୋ ପରିସ୍ଥିତି ବିଷୟରେ ମୋ ବାପା-ମା’ଙ୍କୁ ବୁଝେଇପାରନ୍ତି କି? ଏପରି ନୁହେଁ ଯେ ମୋ ପାଇଁ ଏସବୁ ଏତେ ସହଜ । ସବୁଥର ବିଶ୍ଵାସର ସହ ଆଗକୁ ବଢୁଛି” । ପୁଣି ଲେଖାଯାଇଛି ଯେ,”ଦୀର୍ଘ ୫ବର୍ଷ ହେବ ମୁଁ ଅପେକ୍ଷା କରିଛି ଯେ, ଏମିତି ଗୋଟେ ଦିନ ଆସିବ ଯେଉଁଦିନ ମୁଁ ମୋ କର୍ତ୍ତବ୍ୟ ଆଡକୁ ଅଗ୍ରସର ହେବି । ଦୁନିଆରେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ସେ ନୁହେଁ ଯିଏ ସମସ୍ତଙ୍କଠାରୁ ସବୁକିଛି ଛଡେଇନିଏ, ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ସେ ଯେ ନିଜ ଖୁସିକୁ ତ୍ୟାଗ କରିବାର କ୍ଷମତା ରଖିଥାଏ ” ।

ତେବେ ଏହି ସବୁ କଥା ସାଗର କାହିଁକି ଲେଖିଥିଲେ ? କଣ ଥିଲା ତାଙ୍କର ଏପରି କରିବା ପଛର ରହସ୍ୟ ? କଣ ଥିଲା ତାଙ୍କର ସ୍ଵପ୍ନ ? କାହିଁକି ସେ ତାଙ୍କ ମନ କଥା ପରିବାର ଲୋକଙ୍କୁ କହିପାରୁନଥିଲେ ? ଏପରି ଅନେକ ଅସମାହିତ ପ୍ରଶ୍ନର ତାରକୁ ଯୋଡିବା ଏବେ ପୋଲିସ ପାଇଁ କାଠିକର ପାଠ ହୋଇଥିବା ବେଳେ ଖୁବ୍ ଶିଘ୍ର ଏହି ଘଟଣାର ତଦନ୍ତ ଶେଷ କରି ପୋଲିସ ପ୍ରକୃତ କାରଣ ପାଖରେ ପହଞ୍ଚିବ ବୋଲି କହିଛି ।

Comments are closed.