Latest Odisha News

BREAKING NEWS

‘ପୁରୁଣା ସଂସଦ ଭବନକୁ ବିଦେଶୀ କରିଛନ୍ତି ସତ, ହେଲେ ଏଥିରେ ଲାଗିଛି ଭାରତୀୟଙ୍କ ଅର୍ଥ, ପରିଶ୍ରମ ଏବଂ ଝାଳ’

ନୂଆଦିଲ୍ଲୀ:ଆରମ୍ଭ ହୋଇଛି ସଂସଦ ଭବନର ବିଶେଷ ଅଧବେଶନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦନକୁ ସମ୍ବୋଧନ କରି ପୁରୁଣା ସଂସଦ ଭବନର ସ୍ମୃତିଚାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ହୁଏତ ଏହି ସଂସଦକୁ ବିଦେଶୀ ଶାସନ ନିର୍ମାଣ କରାଇଛନ୍ତି । କିନ୍ତୁ ଏଥିରେ ଲାଗିଛି ଆମ ଭାରତୀୟଙ୍କ ଅର୍ଥ, ପରିଶ୍ରମ ଏବଂ ଝାଳ ।

ନୂଆ ସଦନକୁ ଯିବା ପୂର୍ବରୁ ଏହି ପ୍ରେରଣାଦୟୀ ମୁହୂର୍ତ୍ତ, ଇତିହାସର ଗୁରୁତ୍ୱପୂର୍ଣ୍ଣ ସମୟର ସ୍ମୃତିଚାରଣ କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ଆମେ ଏହି ଐତିହାସିକ ଭବନରୁ ବିଦାୟକ ନେବା  ।ସ୍ୱାଧୀନତା ପୂର୍ବରୁ ଏହି ସଦନ କାଉନସିଲ ଭାବେ ପରିଚିତ ଥିଲା । ସ୍ୱାଧୀନତା ପରେ ଏହା ସଂସଦ ଭବନର ମାନ୍ୟତା ପାଇଲା । ୭୫ ବର୍ଷର ଏହି ଯାତ୍ରାରେ ଲୋକତାନ୍ତ୍ରିକ ପ୍ରକ୍ରିୟାର ସୃଜନ ଦେଶ ଏହି ଭବନରେ ହିଁ କରିଥିଲା । ଏସବୁର ସାକ୍ଷୀ ଏହି ଭବନ । ଆମେ ନୂଆ ଭବନକୁ ଯିବା ସତ କିନ୍ତୁ ପୁରୁଣା ଭବନ ମଧ୍ୟ ଆଗାମୀ ପୀଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ଏହି ଭବନ ଭାରତୀୟ ଗଣତନ୍ତ୍ରର ସ୍ୱର୍ଣ୍ଣିମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହୋଇ ରହିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଭାରତ ପାଇଁ ଏହା ଗର୍ବର ବିଷୟ ଯେ ଜି-୨୦ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକାନ ୟୁନିୟନ ଜି-୨୦ର ସଦସ୍ୟ ହେଲା । ଜି-୨୦ ଘୋଷଣାନାମା ସହମତିର ସହ ସ୍ୱାକ୍ଷରିତ ହେଲା ଯାହା ଭାରତ ପାଇଁ ଏକ ଶକ୍ତି । ଜି-୨୦ର ସଫଳତା କୌଣସି ଦଳର ନୁହେଁ ଏହା ପୂରା ଦେଶର ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଶ ଭାବବିହ୍ୱଳ ବି ହୋଇ ପଡିଥିଲେ । ସେ କହିଥିଲେ, ‘ଯେତେବେଳେ ପ୍ରଥମ ଥର ପାଇଁ ସାଂସଦ ହେଲି ଏବଂ ପ୍ରଥମ ଥର ପାଇଁ ସଂସଦ ଭବନରେ ପାଦ ରଖିଥିଲି, ଏହି ଭବନର ଦ୍ୱାର ପାଖରେ ମୁଣ୍ଡ ନୁଆଁଇ ଏହି ଗଣତନ୍ତ୍ରର ମନ୍ଦିରରେ ଶ୍ରଦ୍ଧାର ସହ ପାଦ ରଖିଥିଲି । ରେଲୱେ ଫାଟକରେ ବୁଲୁଥିବା ଏକ ଗରିବ ପିଲା ସଂସଦରେ ପହଞ୍ଚିଗଲା । ସେତେବେଳେ ମୁଁ ଜାଣି ନ ଥିଲି, ଦେଶ ମୋତେ ଏତେ ଆଶୀର୍ବାଦ ଦେବ..ଏତେ ଭଲ ପାଇବା ଦେବ.. । ଏହା  ମୁଁ କେବେ ଭାବି ନ ଥିଲି ।’

Leave A Reply

Your email address will not be published.