Latest Odisha News

ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧   ବିରୋଧୀ ସାଂସଦଙ୍କୁ ପୁର ଅଧିବେଶନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ନେତାଙ୍କ ମଧ୍ୟରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବି ସାମିଲ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି ମାରାନ, ଏ. ରାଜା, ସୌଗତ ରୟ ମଧ୍ୟ ସାମିଲ ଅଛନ୍ତି ।  ଗୃହରେ ହୋହଲ୍ଲା, ହଟ୍ଟଗୋଳ ପାଇଁ ଏମାନଙ୍କୁ ସସ୍‌ପେଣ୍ଡ କଲେ ବାଚସ୍ପତି  । ସଂସଦମାନେ ସୁରକ୍ଷା ଭଙ୍ଗ ମାମଲାରେ ହଟ୍ଟଗୋଳ କରୁଥିଲେ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୪୭ ସାଂସଦ ନିଲମ୍ବିତ ହେଲେଣି ।

ସୂଚନା ଥାଉ କି, ସଂସଦର ଶୀତାଳିନ ଅଧିବେଶନ ଆଜି ୧୧ ଦିନରେ ପହଞ୍ଚିଛି । ଆଜି ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ବିରେଧୀ ଗୃହମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ହଙ୍ଗାମା କରିଥିଲେ । ହଙ୍ଗାମା କରୁଥିବା ସାଂସଦଙ୍କୁ ସସ୍ପେଣ୍ଡ କରିବା ପାଇଁ ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅପିଲ କରିତିଲେ । ଧ୍ୱନିମତରେ ଏହା ମଞ୍ଜୁର ହେବା ପରେ ୩୧ ସାଂସଦଙ୍କୁ ପୁରା ଶୀତ କାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା ।

Comments are closed.