Latest Odisha News

ଦୁଇ ମାସ ପାଇଁ ହାଓ୍ବଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ୍, ପ୍ରଶାନ୍ତି ଏକ୍ସପ୍ରେସର ରୁଟ୍ ପରିବର୍ତ୍ତନ

ଭୁବନେଶ୍ବର: ଦୁଇ ମାସ ଯାଏ ହାଓ୍ବଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ୍। ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ଆଂଶିକ ବାତିଲ କରାଯାଇଛି। ସେହିପରି ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ ଓ ବ୍ରିଜ ଗୁଡିକର ଜରୁରୀ ମରାମତି ପ୍ରଶାନ୍ତି ଏକ୍ସପ୍ରେସର ରୁଟ୍ ପରିବର୍ତ୍ତନ କରାଯାଇଛି।

ହାଓ୍ବଡ଼ା-ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସଏସପିଏନ) – ହାଓ୍ବଡ଼ା ଏକ୍ସପ୍ରେସ ଡିସେମ୍ବର ୬ ତାରିଖରୁ ୨୦୨୪ ଫେବୃଆରୀ ୭ ତାରିଖ ଯାଏ ପ୍ରତ୍ୟେକ ବୁଧବାର ହାଓ୍ବଡ଼ାରୁ ଛାଡିବାକୁ ଥିବାବେଳେ ଧର୍ମାଭରମ ଏବଂ ଏସଏସପିଏନ ମଧ୍ୟରେ ବାତିଲ ରହିବ । ସେହିଭଳି ଡିସେମ୍ବର ୮ ତାରିଖରୁ ୨୦୨୪ ଫେବୃଆରୀ ୯ ଯାଏ ପ୍ରତ୍ୟେକ ଶୁକ୍ରବାର ଏସଏସପିଏନରୁ ଛାଡିବା ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ଧର୍ମାଭରମ ଏବଂ ଏସଏସପିଏନ ମଧ୍ୟରେ ବାତିଲ ରହିବ।

ଏଥିସହ ବେଙ୍ଗାଲୁରୁ-ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ୮ଡିସେମ୍ବର ୨୦୨୩ରୁ ୮ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବେଙ୍ଗାଲୁରୁରୁ ଏବଂ ୭ ଡିସେମ୍ବର ୨୦୨୩ରୁ ୭ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ପେନୁକୋଣ୍ଡା-ନାଗସମୁଦ୍ରମ୍-ଧର୍ମାଭରମ ମାର୍ଗରେ ଚଳାଚଳ କରିବ।

Comments are closed.