ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍ । କାଟାଗୋରୀ-A ୨୦ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କହାଯାଇଥିବା ବେଳେ କାଟାଗୋରୀ-B ଜିଲ୍ଲାରେ ବି କଟକଣା ସହ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି ସରକାର । ଆଜିଠାରୁ କାଟାଗୋରୀ-A ଅନ୍ତର୍ଗତ ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ ଦୋକାନ ବଜାର । କିନ୍ତୁ କାଟାଗୋରୀ-Bରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ସବୁ ଦୋକାନ ଖୋଲିବ । ଭିଡ଼ ଓ ସାମାଜିକ ଦୂରତା ରହୁଛି କି ନାହିଁ କଡ଼ାକଡ଼ି ଯାଞ୍ଚ କରାଯିବ ।
ଖୋଲିଲା ସେଲୁନ୍, ସ୍ପା ଓ ବିୟୁଟି ପାର୍ଲର ବନ୍ଦ
ସେହିପରି କାଟାଗୋରୀ-A ଜିଲ୍ଲାରେ ବସ୍, ଟାକ୍ସି ଓ ଅଟୋ ରିକ୍ସା ଚଳଚଳକୁ ଅନୁମତି ମିଳିଛି । କିନ୍ତୁ ୧୦ ଜିଲ୍ଲାରେ ଗଡ଼ିବନି ବସ୍ । ଆଜିଠୁ ରାଜ୍ୟବ୍ୟାପୀ ଖୋଲିଛି ଛୋଟ ସେଲୁନ୍ । କିନ୍ତୁ ବନ୍ଦ ରହିଛି ସ୍ପା, ବିୟୁଟି ପାର୍ଲର । ସବୁ ଜିଲ୍ଲାରେ ଉଠା ବ୍ୟବୟାସୀ ଖାଦ୍ୟ ବିକ୍ରି କରି ପାରିବେ । କେବଳ ପାର୍ସଲ ଦେବେ । ରେଷ୍ଟୁରାଣ୍ଟରେ ବସି ଖାଇବା ମନା । କିନ୍ତୁ ପାର୍ସଲ ନେଇପାରିବେ ଗ୍ରାହକ । ଲକଡାଉନ୍ ଓ ସଟଡାଉନରେ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ ଜାରି ରହିବ ।
ଏଥର ବି ଭୋଜିଭାତକୁ ମନା
ଅତ୍ୟାବଶ୍ୟକ ସାମଗ୍ରୀ ଓ ଖାଦ୍ୟର ହୋମ୍ ଡେଲିଭରି, ସ୍ୱାସ୍ଥ୍ୟ ସେବା, ନିର୍ମାଣ ଓ କୃଷି କାର୍ଯ୍ୟ, ବ୍ୟାଙ୍କିଂ ସେବା ଆଜି ପୂର୍ବଭଳ ଜାରି ରହିଛି । ଶିଳ୍ପ ସଂସ୍ଥା ପାଇଁ କୌଣସି କଟକଣା ନାହିଁ । ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ ଜାରି ରହିବ । ପୂର୍ବରୁ ଥିବା ଗାଇଡଲାଇନ ଅନୁସାରେ ବିବାହ, ବ୍ରତ ଘର ଓ ଶୁଦ୍ଧି କ୍ରିୟା କରିପାରିବେ । ବିବାହରେ ୨୫ ଏବଂ ବ୍ରତ ଘର ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ସାମିଲ ହୋଇପାରିବେ । କିନ୍ତୁ ଭୋଜିଭାତ ମନା ।
ଜିମ୍ ବନ୍ଦ, ଖୋଲିବନି ମଲ୍ ଓ ସିନେମା ହଲ୍
ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନରେ ସବୁ ଜିଲ୍ଲାରେ ସପିଂ ମଲ୍, ସିନେମା ହଲ୍, ସୁଇମିଂ ପୁଲ୍ ଆଦି ବନ୍ଦ ରହିବ । ଜୁଲାଇ ୧୬ ଯାଏ ଖୋଲିବନି ଜିମ୍ । ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟ ବନ୍ଦ ରହିବ । ପାର୍କ ଖୋଲିବନି କି ମେଳା, ଅପେରା ଆଦି ହେବନି । ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶକୁ ଅନୁମତି ନାହିଁ । ମନ୍ଦିରରେ କେବଳ ନୀତିକାନ୍ତ ହେବ । ସର୍ବସାଧାରଣ ଦର୍ଶନ ବନ୍ଦ ।
ନିୟମ ଭାଙ୍ଗିଲେ ଆକ୍ସନ
ଦୋକାନ ବଜାର ଖୋଲିବା ସମୟସୀମା ବୃଦ୍ଧି କରାଯାଇଥିଲେ ବି କୋଭିଡ୍ ଗାଇଡଲାଇନକୁ ସମସ୍ତେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ନିୟମରେ ଉଲ୍ଲଂଘନ କିମ୍ବା ଅବହେଳା ହେଳା ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଜରିମାନା ଆଦାୟ ସହ ଅପରାଧିକ ମାମଲା ରୁଜୁ କରିବ ପ୍ରଶାସନ । ଆବଶ୍ୟକ ସ୍ଥଳେ ଦୋକାନକୁ ସିଲ୍ କରାଯିବ ।
BREAKING NEWS
- ୩ ବର୍ଷରେ ରାଜ୍ୟର ସମସ୍ତ ଅଙ୍ଗନବାଡି ହେବ ସକ୍ଷମ ଅଙ୍ଗନବାଡି: ଉପମୁଖ୍ୟମନ୍ତ୍ରୀ
- ମାଙ୍ଗାନିଜ ପାଇଁ ଦିଅର ଭାଉଜ କଳି, ବଲାଙ୍ଗିରରେ ଖଣି ହେଲେ କାହାର ହେବ ଲାଭ ?
- ଚାକିରି କରେଇ ଦେବା ନାଁରେ ଠକେଇ ଅଭିଯୋଗ, ଜଣେ ଗିରଫ
- ଘରୋଇ ଓଡିଶା ଦଳ ପରାସ୍ତ , ୨ -୧ ଗୋଲରେ ମାତ୍ ଦେଲା ୟୁପି ପୋଲିସ
- ଓଡ଼ିଆ ପକ୍ଷର ନବମ ଦିବସରେ “ଆସ ବହିଟିଏ କିଣିବା” ଅଭିଯାନ ଆୟୋଜିତ
- ଭାରତ ଆସୁଛି ୨୬/୧୧ ମାଷ୍ଟର ମାଇଣ୍ଡ ତହବୁର ରାଣା; ‘ଫାଶୀ’ ଦାବି କଲେ ସହିଦଙ୍କ ବାପା
- ଖୁବଶୀଘ୍ର ଓମଫେଡ୍ ବିକିବ ଚକ୍ଲେଟ୍ ଓ ପାଣିବୋତଲ
- ବଲିଉଡରେ ଶେଷ ହେଉଛି ଖାଁଙ୍କ ଯୁଗ
- ଭାରତୀୟ ଦଳର ଯୁଗ୍ମ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେଲେ ହ୍ୟାଣ୍ଡବଲ କୋଚ ପ୍ରଣୟ କୁମାର ପାଣି
- ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିସ୍ରା କଲେ ସହଯାତ୍ରୀ
Comments are closed.