ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍ । କାଟାଗୋରୀ-A ୨୦ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କହାଯାଇଥିବା ବେଳେ କାଟାଗୋରୀ-B ଜିଲ୍ଲାରେ ବି କଟକଣା ସହ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି ସରକାର । ଆଜିଠାରୁ କାଟାଗୋରୀ-A ଅନ୍ତର୍ଗତ ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ ଦୋକାନ ବଜାର । କିନ୍ତୁ କାଟାଗୋରୀ-Bରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ସବୁ ଦୋକାନ ଖୋଲିବ । ଭିଡ଼ ଓ ସାମାଜିକ ଦୂରତା ରହୁଛି କି ନାହିଁ କଡ଼ାକଡ଼ି ଯାଞ୍ଚ କରାଯିବ ।
ଖୋଲିଲା ସେଲୁନ୍, ସ୍ପା ଓ ବିୟୁଟି ପାର୍ଲର ବନ୍ଦ
ସେହିପରି କାଟାଗୋରୀ-A ଜିଲ୍ଲାରେ ବସ୍, ଟାକ୍ସି ଓ ଅଟୋ ରିକ୍ସା ଚଳଚଳକୁ ଅନୁମତି ମିଳିଛି । କିନ୍ତୁ ୧୦ ଜିଲ୍ଲାରେ ଗଡ଼ିବନି ବସ୍ । ଆଜିଠୁ ରାଜ୍ୟବ୍ୟାପୀ ଖୋଲିଛି ଛୋଟ ସେଲୁନ୍ । କିନ୍ତୁ ବନ୍ଦ ରହିଛି ସ୍ପା, ବିୟୁଟି ପାର୍ଲର । ସବୁ ଜିଲ୍ଲାରେ ଉଠା ବ୍ୟବୟାସୀ ଖାଦ୍ୟ ବିକ୍ରି କରି ପାରିବେ । କେବଳ ପାର୍ସଲ ଦେବେ । ରେଷ୍ଟୁରାଣ୍ଟରେ ବସି ଖାଇବା ମନା । କିନ୍ତୁ ପାର୍ସଲ ନେଇପାରିବେ ଗ୍ରାହକ । ଲକଡାଉନ୍ ଓ ସଟଡାଉନରେ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ ଜାରି ରହିବ ।

ଏଥର ବି ଭୋଜିଭାତକୁ ମନା
ଅତ୍ୟାବଶ୍ୟକ ସାମଗ୍ରୀ ଓ ଖାଦ୍ୟର ହୋମ୍ ଡେଲିଭରି, ସ୍ୱାସ୍ଥ୍ୟ ସେବା, ନିର୍ମାଣ ଓ କୃଷି କାର୍ଯ୍ୟ, ବ୍ୟାଙ୍କିଂ ସେବା ଆଜି ପୂର୍ବଭଳ ଜାରି ରହିଛି । ଶିଳ୍ପ ସଂସ୍ଥା ପାଇଁ କୌଣସି କଟକଣା ନାହିଁ । ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ ଜାରି ରହିବ । ପୂର୍ବରୁ ଥିବା ଗାଇଡଲାଇନ ଅନୁସାରେ ବିବାହ, ବ୍ରତ ଘର ଓ ଶୁଦ୍ଧି କ୍ରିୟା କରିପାରିବେ । ବିବାହରେ ୨୫ ଏବଂ ବ୍ରତ ଘର ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ସାମିଲ ହୋଇପାରିବେ । କିନ୍ତୁ ଭୋଜିଭାତ ମନା ।
ଜିମ୍ ବନ୍ଦ, ଖୋଲିବନି ମଲ୍ ଓ ସିନେମା ହଲ୍
ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନରେ ସବୁ ଜିଲ୍ଲାରେ ସପିଂ ମଲ୍, ସିନେମା ହଲ୍, ସୁଇମିଂ ପୁଲ୍ ଆଦି ବନ୍ଦ ରହିବ । ଜୁଲାଇ ୧୬ ଯାଏ ଖୋଲିବନି ଜିମ୍ । ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟ ବନ୍ଦ ରହିବ । ପାର୍କ ଖୋଲିବନି କି ମେଳା, ଅପେରା ଆଦି ହେବନି । ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶକୁ ଅନୁମତି ନାହିଁ । ମନ୍ଦିରରେ କେବଳ ନୀତିକାନ୍ତ ହେବ । ସର୍ବସାଧାରଣ ଦର୍ଶନ ବନ୍ଦ ।

ନିୟମ ଭାଙ୍ଗିଲେ ଆକ୍ସନ
ଦୋକାନ ବଜାର ଖୋଲିବା ସମୟସୀମା ବୃଦ୍ଧି କରାଯାଇଥିଲେ ବି କୋଭିଡ୍ ଗାଇଡଲାଇନକୁ ସମସ୍ତେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ନିୟମରେ ଉଲ୍ଲଂଘନ କିମ୍ବା ଅବହେଳା ହେଳା ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଜରିମାନା ଆଦାୟ ସହ ଅପରାଧିକ ମାମଲା ରୁଜୁ କରିବ ପ୍ରଶାସନ । ଆବଶ୍ୟକ ସ୍ଥଳେ ଦୋକାନକୁ ସିଲ୍ କରାଯିବ ।
BREAKING NEWS
- ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…
- Israel’s parliament in Indian tricolour: ପହଞ୍ଚିନାହାନ୍ତି ମୋଦୀ, ଇସ୍ରାଏଲ ସଂସଦରେ ଝଲସିଲା ତ୍ରିରଙ୍ଗା
- India Abstains From UNGA Draft: ରୁଷ ଏବଂ ୟୁକ୍ରେନ ମଧ୍ୟରେ ନିଃସର୍ତ୍ତ ଯୁଦ୍ଧବିରତି ଡ୍ରାଫ୍ଟ ପ୍ରସ୍ତାବ, ବିରତ ରହିଲା ଭାରତ
- Priyanka Gandhi Demands To PM Modi: ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଲେ…
- କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ଜରାୟୁ କ୍ୟାନ୍ସର ସଞ୍ଜିବନୀ
- ଇସ୍ରାଏଲ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଖଣି ଅଧିକାରୀଙ୍କ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ
- ଲରେନ୍ସ ବିଷ୍ଣୋଇଙ୍କ ଓକିଲଙ୍କ ଉପରେ ଗୁଳିମାଡ଼, ପୋଲିସର ତଦନ୍ତ ଜାରି
- ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ୫୦ ହଜାର ସହାୟତା , ଉଚ୍ଚସ୍ତରୀୟ ତଦନ୍ତ ଦାବି
- Weather Update: ଅଦିନିଆ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Comments are closed.