ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସଂଗଠିତ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହା ଉତ୍ତରପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାଓ୍ୱାଇର କିଛି ଅଂଶ ସମେତ ଉତ୍ତର ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ । ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବେଶ ଗୁରୁତ୍ୱ ଦିଆଯାଉଛି । କାରଣ ଗତ ପ୍ରାୟ ୫୮୧ ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ସମୟ ଧରି ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ । ଏହା ପ୍ରାୟ ୩ଘଣ୍ଟା ୨୮ ମିନିଟ ୨୪ ସେକେଣ୍ଡ ଧରି ଚାଲିବ ।
ଭାରତୀୟ ସମୟ ଦିନ ୧୧ଟା ୩୨ରେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ । ଏହି ସମୟରେ ପୃଥିବୀର ଉପଛାୟାରେ ପ୍ରବେଶ କରିବ ଚନ୍ଦ୍ର । ସେଦିପରି ଦିନ ୧୨ଟା ୪୮ ମିନିଟରେ ପୃଥିବୀର ଛାୟାରେ ଚନ୍ଦ୍ର ପ୍ରବେଶ କରିବ । ଅପରାହ୍ଣ ୨ଟା ୩୨ମିନିଟ୍ ସୁଦ୍ଧା ଚନ୍ଦ୍ରର ସର୍ବାଧିକ ୯୭.୪୨% ଭାଗ ପୃଥିବୀ ଛାୟାରେ ପ୍ରବେଶ କରିସାରିଥିବ । ଅପରାହ୍ଣ ୪ଟା ୧୭ରେ ପୃଥିବୀର ଛାୟାରୁ ବାହାରିବା ଆରମ୍ଭ କରିବ ଚନ୍ଦ୍ର ।
ଆଜି ହେଉଛି ବର୍ଷର ଦ୍ୱିତୀୟ ଓ ଶେଷ ଚନ୍ଦ୍ରଗ୍ରହଣ । ୧୪୪୦ ମସିହା ଫେବ୍ରୁଆରୀ ୧୮ ତାରିଖରେ ଶେଷ ଥର ଲମ୍ବା ଚନ୍ଦ୍ରଗ୍ରହଣ ସଂଗଠିତ ହୋଇଥିଲା । ଏପରି ଏକ ଲମ୍ବା ଚନ୍ଦ୍ରଗ୍ରହଣ ଦେଖିବାକୁ ଆଉ ୪୬୮ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । କାରଣ ପରବର୍ତ୍ତୀ ଲମ୍ବା ସମୟ ଧରି ଚାଲିବାକୁ ଥିବା ଚନ୍ଦ୍ରଗ୍ରହଣ ୨୪୮୯ ମସିହା ଅକ୍ଟୋବର ୯ ତାରିଖରେ ହେବ ।
BREAKING NEWS
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର

Comments are closed.