ଭୁବନେଶ୍ୱର: ଅକ୍ଟୋବର ୨୮-୨୯ ତାରିଖ ମଧ୍ୟରାତ୍ରରେଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ। ଆଂଶିକ ଚନ୍ଦ୍ର ଗ୍ରହଣ ଭାରତର ସମସ୍ତ ସ୍ଥାନରୁ ଦୃଶ୍ୟମାନ ହେବ। ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ରେ ଶେଷ ହେବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ଗୁରୁବାର ସୂଚନା ଦେଇଛି। ତେବେ ୨୮ ତାରିଖ ଦିନ କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗୁଛି।
ଚଳିତବର୍ଷ ଆଶ୍ୱିନ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଯୋଗ ରହିଛି। ଆସନ୍ତା ୨୮ ତାରିଖ ଶନିବାର ରାତି ୧ ଟା ୫ ମିନିଟ୍ରେ ଗ୍ରହଣ ଲାଗିବ। ରାତି ୨ଟା ୨୨ ମିନିଟରେ ଚନ୍ଦ୍ରଗ୍ରହଣ ଶେଷ ହେବ। ଅର୍ଥାତ୍ ପ୍ରାୟ ୧ ଘଣ୍ଟା ୧୭ ମିନିଟ୍ ଧରି ଚନ୍ଦ୍ରରେ ଗ୍ରହଣ ଲାଗିବ। ନିୟମ ମୁତାବକ, ଏହାର ୯ ଘଣ୍ଟା ପୂର୍ବରୁ ପାକ୍ନୀତି ଓ ଦେବନୀତି ତ୍ୟାଗ କରାଯାଏ। ତେଣୁ ଶନିବାର ଅପରାହ୍ନ ୪ଟା ୫ ମିନିଟ୍ ପୂର୍ବରୁ ସମସ୍ତ ଦେବନୀତି ସମ୍ପନ୍ନ ହେବ। ଏମିତିକି ପାକତ୍ୟାଗ ମଧ୍ୟ କରାଯିବ। ଅନ୍ୟପକ୍ଷରେ ପୂଜା ମଣ୍ଡପରେ ମଧ୍ୟ ଲକ୍ଷ୍ମୀପୂଜା ଏହି ସମୟ ମଧ୍ୟରେ ସମାପନ କରାଯାଇପାରିବ। ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ପାକ୍ନୀତି ଓ ଦେବନୀତି ତ୍ୟାଗ କରିବାକୁ ହୁଏ। ତେଣୁ ଶନିବାର ଅପରାହ୍ନ ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ କୁମାର ପୂର୍ଣ୍ଣିମା କରି ସମସ୍ତ ପୂଜାର୍ଚ୍ଚନା ଶେଷ କରିବେ।
ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଯାହା ସେପ୍ଟେମ୍ବର ୭, ୨୦୨୫ ରେ ଭାରତରୁ ଦୃଶ୍ୟମାନ ହେବ ଏବଂ ଏହି ଦିନ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରହିବ। ଗତ ଚନ୍ଦ୍ରଗ୍ରହଣ, ଯାହା ଭାରତରୁ ଦୃଶ୍ୟମାନ ହୋଇଥିଲା, ନଭେମ୍ବର ୮, ୨୦୨୨ ରେ ଥିଲା ଏବଂ ଏହା ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିଲା। ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ଘଟିଥାଏ ଯେତେବେଳେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟକୁ ଆସେ। ତିନୋଟି ଗ୍ରହ ଏକା ଲାଇନକୁ ଆସିଲେ ଗ୍ରହଣ ହୁଏ।
Comments are closed.