Latest Odisha News

BREAKING NEWS

ପାକିସ୍ତାନ ନିର୍ବାଚନ: ସବୁ ଆସନରୁ ପ୍ରାର୍ଥୀ ଦେବ ଲସ୍କର-ଏ-ତୋଇବା

ଲାହୋର: ଆସନ୍ତା ବର୍ଷ ଫେବ୍ରୁଆରୀ ୮​‌ରେ‌ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ମଧ୍ୟ ସରିଛି। ଆଉ ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର। ନିର୍ବାଚନରେ ସମସ୍ତ ଆସନରେ ଲଢିବ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ ସଇଦର ରାଜନୈତିକ ଦଳ । ହାଫିଜ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ଲସ୍କର-ଏ-ତୋଇବା ଏକ କୁଖ୍ୟାତ ଆତଙ୍କୀ ସଂଗଠନ । ଏହି ପାର୍ଟି ସଂସଦୀୟ ଆସନରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଛି ।

ପାକିସ୍ତାନରେ ହେବାକୁଥିବା ସାଧାରଣ ନିର୍ବାଚନରେ ସଇଦର ପୁଅ ତଲହା ସଇଦ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ତଲହା ନିର୍ବାଚନ ଲଢ଼ିବ ବୋଲି ଜଣା ପଡିଛି। ସେହିପରି ଦଳର ରାଷ୍ଟ୍ରୀୟ ସଭାପତି ଥିବା ମସୁଦ ସିନ୍ଧୁ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛି । ପାକିସ୍ତାନ ମୁସଲିମ ଲିଗ- ନଓ୍ବାଜ ବିରୋଧରେ ସେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ସୂତ୍ରରୁ ସୂଚନା ମିଳିଛି । ପାକିସ୍ତାନ ମୁସଲିମ ଲିଗ- ନଓ୍ବାଜ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଦ୍ବାରା ପ୍ରତିଷ୍ଠିତ ଦଳ ।
ଏହି ଦଳ ଏବେ ପାକିସ୍ତାନରେ ଶାସନରେ ରହିଛି ।
୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦ । ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କୀ ତାଲିକାରେ ଥିବା ସଇଦ ପାକିସ୍ତାନର ଏକାଧିକ ସଭାସମିତିରେ ଭାରତ ବିରୋଧୀ ମନ୍ତବ୍ୟ ଓ ଆକ୍ରମଣ କରିବା ନେଇ ଧମକ ମଧ୍ଯ ଦେବାରେ ଲାଗିଛି । ତଲହା ସାଇଦ ଭାରତ ବିରୋଧରେ ମଧ୍ୟ ବିଷ ଓଗାଳିଆସୁଛି।

 

 

 

Comments are closed.