Latest Odisha News

କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକେୟନଙ୍କୁ ମିଳିଲା ନୂଆ ପରିଚୟ : ବିଜେଡିରେ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର:ଶୁଭ ଦିନରେ ଶୁଭାରମ୍ଭ । ତିଥି ବେଳା ଦେଖି ନିଅନ୍ତି ପଦକ୍ଷେପ । ଏ ହେଉଛି ଭିକେ ପାଣ୍ଡିଆାନଙ୍କ ବିଶେଷତ୍ୱ । ସେଥିପାଇଁ ଦଶହରାରେ ପଦ  ଛାଡିଲେ । କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ସାମିଲ ହେଲେ ଭି.କାର୍ତ୍ତିକେୟନ ପାଣ୍ଡିଆନ । ସବୁ ଚର୍ଚ୍ଚାର ଅନ୍ତ କରି ଆଜି ବିଜେଡିରେ ବିଦ୍ଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ଭି.କେ.ପାଣ୍ଡିଆନ ।

BjdElectrycity

ଦଶହରାରେ ୫ଟି ସଚିବ ପଦରୁ ଅଚାନକ ଇସ୍ତଫା ଦେଇ ସମସ୍ତଙ୍କୁ ଚମକେଇ ଦେଇଥିଲେ । ବୋଧହୁଏ ଦଳରେ ସକ୍ରିୟ ଭାବେ ମିଶିବେ ସେଥିନେଇ ଚାଲିଥିଲା ଚର୍ଚ୍ଚା। ହେଲେ ଦଳରେ ନ ମିଶି ପାଇଥିଲେ କ୍ୟାବିନେଟ ପାହ୍ୟା । ମିଳିଥିଲା ୫ଟି   ଅଧ୍ୟକ୍ଷ ପଦ । ହେଲେ ଆଜି ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ପୁଣି ଏକ ଶୁଭବେଳା ଦେଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ସାମିଲ ହୋଇଛନ୍ତି ।

ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପାଣ୍ଡିଆାନ ଦଳରେ ମିଶିବା ଘୋଷଣା କରିଥିଲେ  । ଏହାକୁ ନେଇ ବିଜେଡି ଶିବିରରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।  ବିଧାୟକ ପ୍ରତାପ ଦେବ କହିଛନ୍ତି,  ଓଡ଼ିଶାର ସ୍ୱାର୍ଥ ପାଇଁ ସେ ପ୍ରତିଶ୍ରୁତିବଦ୍ଧ । ନୂଆ ଓଡ଼ିଶା, ନବୀନ ଓଡ଼ିଶା ନିର୍ମାଣରେ ସେ ଆମର ସହଯୋଗୀ ହେବେ । ଆମ ସହ  ଆଗକୁ ବଢିବେ ।

ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକ ବାବୁ ବିଜେଡିରେ ମିଶିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବେ । ମୁଖ୍ୟମନ୍ତ୍ରୀଙ୍କୁ ୬ଷ୍ଠ ଥର ପାଇଁ ଜିତାଇ ଆଣିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

ଅନ୍ୟପକ୍ଷେ ସାଂସଦ ଅମର ପଟ୍ଟନାୟକ-ଦଳକୁ ଶକ୍ତି ମିଳିବ । ସାରା ରାଜ୍ୟରେ ଚାଲିଥିବା ବିକାଶର ମହୋତ୍ସବ ଆଗକୁ ଚାଲିବ । ସାଂସଦ ସସ୍ମିତ ପାତ୍ର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଆମେ ବହୁତ ଖୁସି । ଆଜି ଦଳ ପାଇଁ ଏକ ଐତିହାସିକ ଦିନ ।

ଏହା ବ୍ୟତୀତ ବିଜେଡିର ବହୁ ବିଧାୟକ ଏବଂ ସାଂସଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜେ ପାଣ୍ଡିଆନ ମଧ୍ୟ ନିଜ ପ୍ରତିକ୍ରିୟା ରଖି ସମସ୍ତଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ଓଡ଼ିଶାବାସୀଙ୍କ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଏଥିରେ ନୂତନତ୍ୱ କ’ଣ ଅଛି ? କାହା ଉପରେ କିଛି ପ୍ରଭାବ ପଡିବ ନାହିଁ । ସମାନ କାମ କରିବେ । ସେତେବେଳେ ପଦବୀରେ ରହି କରୁଥିଲେ ଏବଂ ଦଳରେ ରହି କରିବେ ବୋଲି କହିଛନ୍ତି ସାମଲ ।

Leave A Reply

Your email address will not be published.