ସିଓଲୋ: ମଝି ଆକାଶରେ ଉଡୁଥିଲା ବିମାନ । ହଠାତ ଘଟିଲା ଅଘଟଣ । ଜଣେ ଯାତ୍ରୀ ହଠାତ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିଦେଲେ । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଏସିଆନ ଏୟାର ଲାଇନ୍ସରେ । ଅବଶ୍ୟ ବିମାନ ନିରାପଦରେ ଅବତରଣ କରିଛି । ତେବେ ଏହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ । କିଛି ଯାତ୍ରୀ ଆହତ ମଧ୍ୟ ହେଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
A321-200 ଘରୋଇ ବିମାନ ଗତକାଲି ୨୦୦ ଯାତ୍ରୀଙ୍କୁ ନେଇ ଏସିଆନ ଏୟାରଲାଇନ୍ସର ଏହି ବିମାନଟି ଜେଜୁ ଦ୍ୱୀପରୁ ଉଡାଣ ଆରମ୍ଭ କରିଥିଲା । ଦକ୍ଷିଣପୂର୍ବ ସିଓଲର ଡାଏଗୁ ଏୟାରପୋର୍ଟ ଅଭିମୁଖେ ଯାଉଥିଲା । ଆଉ ୨୦୦ ମିଟର ଯାତ୍ରା ପରେ ଠିକ ୨ ମିନିଟ ବ୍ୟବଧାନରେ ବିମାନଟି ଲାଣ୍ଡିଂ କରିଥାନ୍ତା । ହେଲେ ତା ପୂର୍ବରୁ ଜରୁରୀକାଳୀନ ଦ୍ୱାର ନିକଟରେ ବସିଥିବା ୩୦ ବର୍ଷୀୟ ଜଣେ ବ୍ୟକ୍ତି ଏହି ଦ୍ୱାର ଖୋଲି ଦେଇଥିଲେ । ଫଳରେ କିଛି ଲୋକ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ । ୧୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ।
ବିମାନ ଅବତରଣ କରିବା ପରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବିମାନ ବା ଯାତ୍ରୀଙ୍କର ସେପରି କୌଣସି ଗୁରୁତର କ୍ଷତି ହୋଇନାହିଁ । ତେବେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେରେ ଭାଇରାଲ ହୋଇଛି । ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ସେ କାହିଁକି ଏପରି ବିମାନ ଖୋଲିଦେଲେ ସେ ନେଇ ଜେରା କରୁଛି ।
Comments are closed.