ଖୋର୍ଦ୍ଧା:ଚିଲିକା ଠାରେ ତୃତୀୟ ବ୍ୟାଚ ଅଗ୍ନିବୀର ଏକ ପାସିଂ ଆଉଟ ପରେଡ୍ ଅନୁଷ୍ଠିତ ହୋଇଛି । ଏହି ପରେଡରେ ସାମିଲ ହୋଇଥିଲେ ମୋଟ ୨ହଜାର ୬୩୦ ଅଗ୍ନିବୀର । ୩୯୬ ଜଣ ମହିଳା ଅଗ୍ନିବୀର ରହିଥିଲେ । ମହିଳା ଅଗ୍ନିବୀରମାନେ ନାରୀ ଶକ୍ତିର ପ୍ରଦର୍ଶନ କରିଥିଲେ । ୧୬ ସପ୍ତାହର ଟ୍ରେନିଂ ପରେ ଏହି ପରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର ନିରୀକ୍ଷଣ କରିଥିଲେ ।
ଆଇଏନଏସ ପରିସରରେ ସହିଦ ସ୍ତମ୍ବରେ ପୁଷ୍ପ ମାଲ୍ୟ ଦେବା ପରେ ପରେଡସ୍ଥଳରେ ଅଗ୍ନିବୀର ମାନଙ୍କୁ ଦେଶ ମାତୃକାର ସେବା ପାଇଁ ଶପଥ କରାଇଥିଲେ । ଏହି ଅବସରରେ ଅଗ୍ନିବୀର ଯବାନମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଯବାନ ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିବା ସହିତ ସ୍ବାଗତ କରିଥିଲେ । ଅଗ୍ନିବୀରମାନେ ଦେଶର ସିପାହୀ ଭାବେ ୪ ବର୍ଷ କାମ କରିବା ପରେ ପୁଣି ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥାରେ କର୍ମ ନିଯୁକ୍ତି ପାଇବେ । ତେଣୁ ଦେଶର ଶିକ୍ଷିତ ଯୁବ ପିଢ଼ିମାନଙ୍କୁ ସେବା କରିବାର ସବୁଠାରୁ ଏହା ଏକ ବଡ଼ ମାଧ୍ୟମ ବୋଲି ନୌସେନା ମୁଖ୍ୟ ହରି କୁମାର କହିଛନ୍ତି । ନୌସେନାର ମୁଖ୍ୟ ଆଡମିରାଲ ଆର ହରିକୂମାର ଅଗ୍ନିବୀର ଯବାନଙ୍କ ଭାରତୀୟ ନୌସେନା ପାଇଁ ଯୋଗଦାନ ଏବଂ ମହିଳା ଅଗ୍ନିବୀରଙ୍କ କୃତିତ୍ବକୁ ପ୍ରଶଂସା କରିଥିଲେ । ନୌସେନାରେ ଏଆଇ ଟେକ୍ନୋଲୋଜିର ବ୍ୟବହାର ସହିତ ଭାରତ ଚୀନ ପ୍ରତିରକ୍ଷା ସମ୍ପର୍କରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ ।
Comments are closed.