Latest Odisha News

BREAKING NEWS

ସ୍ୱର୍ଗତ ରାମବିଳାସ ପାସୱାନଙ୍କ ସମ୍ପତ୍ତିକୁ ନେଇ ବିବାଦ… 

ଖଗାରିଆ: ସ୍ୱର୍ଗତ ରାମବିଳାସ ପାସୱାନଙ୍କ ପରିବାରରେ ବର୍ତ୍ତମାନ ସମ୍ପତ୍ତିକୁ ନେଇ ବିବାଦ ଜୋର ଧରିଛି। ତେବେ ଏହି ବିବାଦ ଏତେ ଗମ୍ଭୀର ହୋଇଗଲାଣି ଯେ ଏହାର ସମାଧାନ ପାଇଁ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପାସୱାନଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀ, ପଶୁପତି କୁମାର ପାରସ ଓ ତାଙ୍କ ପତ୍ନୀ ଏବଂ ରାମଚନ୍ଦ୍ର ପାସୱାନଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ତେବେ ଏନେଇ ସେ ଚିରାଗ ପାସୱାନଙ୍କ ନିକଟରେ ନ୍ୟାୟ ପାଇଁ ମଧ୍ୟ ଆବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ରାମବିଳାସ ପାସୱାନ ୧୯୬୦ ମସିହାରେ ରାଜକୁମାରୀ ଦେବୀଙ୍କ ସହିତ ବିବାହ କରିଥିଲେ। ସେତେବେଳେ ରାମବିଳାସ ପାସୱାନ ମାତ୍ର ୧୪ ବର୍ଷର ଥିଲେ। ଏହାପରେ ସେ ରାଜକୁମାରୀ ଦେବୀଙ୍କୁ ଛାଡପତ୍ର ଦେଇ ୧୯୮୩ ମସିହାରେ ରୀନା ଶର୍ମାଙ୍କୁ ବିବାହ କରିଥିଲେ।

ତେବେ ବର୍ତ୍ତମାନ ଘରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ରାଜକୁମାରୀ ଦେବୀ ଚିରାଗ ପାସୱାନଙ୍କୁ ସମ୍ପତ୍ତିର ସଠିକ ଭାବେ ବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଥିଲେ ଯେ ସେ ୯ଟାରେ ବାଥରୁମ୍ ଯାଇ ଗାଧୋଇ ସାରି ପୂଜା ପାଠ ଶେଷ କଲାପରେ ତାଙ୍କ ରୁମର କବାଟ ବନ୍ଦ ଥିବା ଜାଣିପାରିଥିଲେ। ଯାହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ତେବେ ଏହି କାମ ପଶୁପତି କୁମାର ପାରସ ଓ ରାମଚନ୍ଦ୍ର ପାସୱାନଙ୍କ ପତ୍ନୀ କରିଥିବା ନେଇ ସନ୍ଦେହ କରିଛନ୍ତି। ତେବେ ପଶୁପତି କୁମାର ପାରସ ଓ ରାମଚନ୍ଦ୍ର ପାସୱାନ ଦୁହେଁ ସ୍ୱର୍ଗତ ରାମବିଳାସ ପାସୱାନଙ୍କ ସାନ ଭାଇ ଅଟନ୍ତି।

ବିବାଦ ଗମ୍ଭୀର ହେବା ଜାଣିପାରି ଏଲଜେପି ନେତାମାନେ ରାଜକୁମାରୀ ଦେବୀଙ୍କ ଅବସ୍ଥା ଜାଣିବା ପାଇଁ ସହରବାନ୍ନିକୁ ଆସିଥିଲେ ଓ ସେଠାରେ ଏଲଜେପିର ପ୍ରମୁଖ ସାଧାରଣ ସମ୍ପାଦକ ସଞ୍ଜୟ ପାସୱାନ ପଶୁପତି କୁମାର ପାରସଙ୍କୁ ସମାଲୋଚନା କରି ପ୍ରଶ୍ନ କରିଥିଲେ ଯେ ଯିଏ ନିଜ ପରିବାର ସହ ଏପରି ବ୍ୟବହାର କରୁଛି ସେ ସମାଜକୁ କିପରି ଏକତ୍ର କରିବେ।

ଅପରପକ୍ଷରେ ରାଜକୁମାରୀ ଦେବୀ ଆଲୌଲି ଥାନାରେ ତାଙ୍କର ଦୁଇ ନଣନ୍ଦ ଓ ସେମାନଙ୍କ ସୁରକ୍ଷା କର୍ମୀ ଏବଂ ଦୁଇ ଡ୍ରାଇଭରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।

 

Comments are closed.