Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ଓହରିଲେ ଅଷ୍ଟ୍ରେଲିଆର ଷ୍ଟାର ବୋଲର

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ କ୍ରିକେଟ ୨୦୨୬ ଖେଳାଯିବ । ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଓ ସିନିୟର ବୋଲର ପ୍ୟାଟ କମିନ୍ସ ଆଘାତ ସମସ୍ୟା ଯୋଗୁ ବିଶ୍ୱକପରୁ ଓହରି ଯାଇଛନ୍ତି । କୁମିନ୍ସ ଓ ମାଥ୍ୟୁ ଶର୍ଟଙ୍କ ବଦଳରେ ଅଷ୍ଟ୍ରେଲିଆ ୨ ଜଣ ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛି । କମିନ୍ସଙ୍କ ସ୍ଥ୍‌ାନରେ ୱେନ ଡ୍ୱାରସୁଇସ ଏବଂ ଶର୍ଟଙ୍କ ସ୍ଥାନରେ ମ୍ୟାଟ ରେନଶ ଦଳରେ ସ୍ଥାନ ପାଇଛନ୍ତି । ଚୟନ କମିଟି ମୂଖ୍ୟ ଟୋନୀ ଡୋଡମେଟ ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଦଳକୁ ଏକ ବାମହାତୀ ବୋଲରଙ୍କ ଆବଶ୍ୟକତା ଥିଲା ତାହା ୱେନ ପୂରଣ କରିବେ । ସେ ଜଣେ ଭଲ ଫିଲ୍ଡର ଏବଂ ଆବଶ୍ୟକ ପଡିଲେ ଦ୍ରୁତ ବେଗରେ ରନ ସଂଗ୍ରହ କରିପାରିବେ । ରେନଶ ଦଳର ମିଡିଲ ଅର୍ଡରକୁ ମଜଭୁତ ପ୍ରଦାନ କରିବେ ବୋଲି ଟୋନୀ କହିଛନ୍ତି ।
ଅଷ୍ଟ୍ରେଲିଆ ଟିମ: ମିଚେଲ ମାର୍ଶ(ଅଧିନାୟକ), ଜେଭିୟର ୱାର୍ଟଲେଟ, କୂପର କୋନିଲୀ, ଟିମ ଡେଭିଡ, ୱେନ ଡ୍ୱାରସୁଇସ, କ୍ୟାମେରୁନ ଗ୍ରୀନ, ନାଥାନ ଏଲିସ, ଟ୍ରେଭିସ ହେଡ, ଜୋଶ ଇଂଲିଶି, ଜୋଶ ହାଜେଲଉଡ, ମାଥ୍ୟୁ କୋହେନମ୍ୟାନ, ମ୍ୟାଟ ରେନଶ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପା

Leave A Reply

Your email address will not be published.