Latest Odisha News

BREAKING NEWS

ପଠାନକୁ ସୁଚିନ୍ତିତ ଷଡଯନ୍ତ୍ରଭାବେ କରାଯାଇଛି କି ସୁପରହିଟ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଏବଂ କରୋନା ମହାମାରୀ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଧରାଶାୟୀ ହେବାରେ ଲାଗିଲା । ଅପରପକ୍ଷରେ ସାଉଥର ଫିଲ୍ମ ପ୍ରତି ଲୋକଙ୍କ ପସନ୍ଦ ବଢ଼ିବାରେ ଲାଗିଲା । ଏହି ସମୟରେ ବଲିଉଡର ସବୁଠାରୁ ବଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ ରିଲିଜ ହୋଇଥିଲା । ପୂର୍ବରୁ କ୍ରମାଗତ ଫ୍ଲପ ଦେଇଥିବା ଶାହାରୁଖଙ୍କଠାରୁ ଏହି ଫିଲ୍ମ ମାଧ୍ୟମରେ କିଛି ବଡ ଚମତ୍କାର ହେବ ବୋଲି ଆଶା କରାଯାଉ ନ ଥିଲା । ମାତ୍ର ଶାହାରୁଖ, ବଲିଉଡର ଡିଷ୍ଟ୍ରିବ୍ୟୁଟର ଏବଂ ପ୍ରଡ୍ୟୁସରମାନଙ୍କ ପାଇଁ ଏହାକୁ ହିଟ କରାଇବା ବଡ ଚ୍ୟାଲେଞ୍ଜ ଥିଲା । ଶେଷରେ ସେମାନେ ଏଥିରେ ସଫଳ ହୋଇଥିଲେ । ପଠାନ ସୁପରହିଟ ହେବା ସହ ବଲିଉଡ ଏବଂ ଶାହାରୁଖଙ୍କୁ ନୂଆ ଜୀବନ ପ୍ରଦାନ କରିଛି ।

BjdElectrycity

ପଠାନ ଫିଲ୍ମ ରିଲିଜ ହେବା ପରଠାରୁ ୨ ସପ୍ତାହରୁ ଅଧିକ ସମୟ ସାରା ଭାରତରେ ଖାଲି ଥିଏଟର ପାଇଥିଲା । ଯାହାକି ପୂର୍ବରୁ କେବେ ହୋଇ ନ ଥିଲା । ମାତ୍ରାଧିକ ସ୍କ୍ରିନରେ ଏହା ରିଲିଜ ହେଲା । ଶେଷ ଭାଗରେ ୮ରୁ ୧୦ ପ୍ରତିଶତ ସିଟ ପୂରଣ କରିବା ସତ୍ୱେ ଏହା ହାସଲ କରି ଚାଲିଥିଲା କୋଟି କୋଟି ଟଙ୍କା । ଫିଲ୍ମ ନ ଥିବାରୁ ଲୋକେ ଏହାକୁ ଦେଖିବାକୁ ବାଧ୍ୟ ହୋଇଥିଲେ । ଏପରିକି କାର୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଶେହଜାଦାର ରିଲିଜ ଡେଟରେ ପରିବର୍ତନ କରାଯାଇଥିଲା । ସାମନ୍ଥା ପ୍ରଭୂଙ୍କ ଶକୁନ୍ତଳମ ଫିଲ୍ମ ସହ ମଧ୍ୟ ଡିଲ କରାଯାଇ ରିଲିଜ ତାରିଖ ଘୁଂଚା ଯାଇଥିଲା । ବ୍ରହ୍ମାସ୍ତ୍ରକୁ ଜୋର ଜବରଦସ୍ତ ହିଟ ଘୋଷିତ କରାଯାଇଥିଲେ ମଧ୍ୟ ଏହାକୁ ଦର୍ଶକ ମାନିବାକୁ ରାଜି ହୋଇ ନ ଥିଲେ । ବଲିଉଡର ଶେଷ ଆଶା ଥିଲା ପଠାନ ।

ଆଉ ଶାହାରୁଖ ମାଧ୍ୟମରେ ଏହି ଷଡଯନ୍ତ୍ରରେ ସେମାନେ ସଫଳ ହୋଇଥିଲେ । ଏପରିକି ଆଇଏମଡିବି ରିଭ୍ୟୁ ଏବଂ ସମୀକକ୍ଷଙ୍କ ନକରାତ୍ମକ ରିପୋର୍ଟ ସତ୍ୱେ ଏହା ଭଲ ବ୍ୟବସାୟ କଲା । ପ୍ରଥମ ଶୋରେ ପ୍ରଶଂସକଙ୍କ ପ୍ରତିକ୍ରିୟା ସେତେଟା ଉତ୍ସାହଜନକ ନ ଥିଲା । ମାତ୍ର ମ୍ୟାଟିନ ଶୋ ପରେ ଚିତ୍ର ବଦଳି ଯାଇଥିଲା । ଆଡଭାନ୍ସ ବୁକିଂ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ ରଚା ଯାଇଥିଲା ଷଡଯନ୍ତ୍ର । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରଣନୀତି ଲୋକଙ୍କୁ ଆକୃଷ୍ଟ ମଧ୍ୟ କରିଥିଲା । ତେବେ ଏହି ପ୍ୟାନ ଇଣ୍ଡିଆ ଆଉ ସୁପରହିଟ ଟ୍ୟାଗକୁ ବଲିଉଡ କେତେ ଦିନ ବଂଚାଇ ରଖିପାରୁଛି ତାହା ଦେଖିବା କଥା ।

Leave A Reply

Your email address will not be published.