ଗଜପତି: ଡାକ୍ତରଙ୍କ ଭୁଲ ପାଇଁ ଚାଲିଯାଇଥାନ୍ତା ରୋଗୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଲେ ରୋଗୀ । ରୋଗୀଙ୍କ ବ୍ଲଡ୍ ଗ୍ରୁପ B ପଜିଟିଭ ହୋଇଥିବା ବେଳେ ଡାକ୍ତର ଜଣଙ୍କ ରୋଗୀଙ୍କୁ O ପଜିଟିଭ ବ୍ଲଡ୍ ଚଢାଇଥିଲେ । ଯଦ୍ଵାରା ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଫଳରେ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଯାଞ୍ଚ କରିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା ।
ସୂଚନା ଅନୁସାରେ, ଏସକେସିଜି ସ୍ବୟଂଶାସିତ ମହାବିଦ୍ୟାଳୟର ଭେଙ୍କେଟେଶ୍ୱର ବେହେରା ନାମକ ଜଣେ କର୍ମଚାରୀ ଗତ କିଛି ଦିନ ହେବ ରକ୍ତହୀନତା ରୋଗରେ ପୀଡିତ ଥିଲେ । ତେଣୁ ଚିକିତ୍ସା ପାଇଁ ସେ ଗତ ୩ ଦିନ ତଳେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତାଙ୍କର ବ୍ଲଡ୍ ଗ୍ରୁପ୍ B+ ହୋଇଥିବା ବେଳେ ଡାକ୍ତରଖାନାରେ ତାଙ୍କୁ O+ ବ୍ଲଡ୍ ଚଢାଇଥିଲେ ଡାକ୍ତର । ପ୍ରାୟ ୧୦ମି.ଲି ରକ୍ତ ଚଢାଯିବା ପରେ ହଠାତ୍ ଭେଙ୍କେଟେଶ୍ଵର ଗୁରୁତର ହୋଇପଡିଥିଲେ । ଏହା ଦେଖି ତାଙ୍କ ପରିବାର ଲୋକ ଡାକ୍ତରଙ୍କୁ ଡାକିଥିଲେ । ଡାକ୍ତର ସେଠାରେ ପହଞ୍ଚି ସଙ୍ଗେ ସଙ୍ଗେ ରକ୍ତ ଦେବା ବନ୍ଦ କରିଥିଲେ । ପରେ ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଭୁଲ ରକ୍ତ ଚଢାଯିବା କାରଣରୁ ଏପରି ପରିସ୍ଥିତି ଉପୁଜିଥିବା ଜଣାପଡିଥିଲା । ଏହାପରେ ମେଡିସିନ ବିଶେଷଜ୍ଞ ଏବଂ ଅନ୍ୟ ଡାକ୍ତରମାନେ ପହଞ୍ଚି ଭେଙ୍କେଟେଶ୍ବରଙ୍କ ଚିକିତ୍ସା କରିଥିଲେ । ଏବେ ଭେଙ୍କେଟେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥବା ବେଳେ ଦୋଷୀଙ୍କ ବିରୋଧରେ ଶିଘ୍ର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ ।
Comments are closed.