Latest Odisha News

ବାହୁଙ୍ଗିରେ ବୁହାହେଲା ରୋଗୀ , ଅଧାରାସ୍ତାରେ ମୃତ୍ୟୁ

ମହାକାଳପଡ଼ା : ରାସ୍ତା ନଥିବାରୁ ପୁଣି ଏକ ଦୁଃଖଦ ଚିତ୍ର ସାମନାକୁ ଆସିଛି । ଆମ୍ବୁଲାନ୍ସ ପାଖକୁ ଗଲା ବେଳକୁ ଚାଲିଗଲା ରୋଗୀର ଜୀବନ । ଏହିଭଳି ଏକ ଘଟଣା ଘଟିଛି ମହାକାଳପଡ଼ା ଲୁଣିମାଠିଆ ଗାଁରେ । ଏହି ଗାଁ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ଖୋଦ୍ କେନ୍ଦ୍ରାପଡା ଜିଲ୍ଲାରେ ।

BjdElectrycity

ଗାଁର ନରୋତ୍ତମ ନାୟକ ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ଘର ଲୋକେ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଗାଁ ରାସ୍ତା ନଥିବାରୁ ଆମ୍ବୁଲାସ ନରୋତ୍ତମଙ୍କ ଗାଁ ଠାରୁ ୩ କିଲୋମିଟର ଦୂରରେ ରହିଥିଲା । ପରିବାର ଲୋକେ ଏକ ବାହୁଙ୍ଗି ସାହାଯ୍ୟରେ ନରୋତ୍ତମଙ୍କୁ ବୋହି ଆମ୍ବୁଲାସ ନିକଟକୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଦୀର୍ଘ ଦିନ ହେଲା ଗାଁରେ ରାସ୍ତା ଖଣ୍ଡିଏ ପାଇଁ ବହୁବାର ଅଭିଯୋଗ ପରେ ଅଭିଯୋଗ ହୋଇ ଚାଲିଛି । ହେଲେ ଶୁଣିବାକୁ ଯେମିତି କେହି ନାହିଁ । ରୋଗୀଟିଏ ଯିବାକୁ ବି ସୁବିଧା ନାହିଁ । ଉପାନ୍ତ ଅଞ୍ଚଳ ହୋଇନଥିଲେ ବି ରାସ୍ତା ନଥିବାରୁ ରୋଗୀର ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧରେ ବେଶ୍ ଅସନ୍ତାଷ ଦେଖିବାକୁ ମିଳିଛି ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.