Latest Odisha News

BREAKING NEWS

ରୋଗୀଙ୍କ ଜୀବନ ସହ ଖେଳ: A ପଜିଟିଭ ପ୍ୟାକେଟରେ ମିଳିଲା B ପଜିଟିଭ ରକ୍ତ, ଅବସ୍ଥା ଗୁରୁତର

କଟକ: ରୋଗୀଙ୍କ ଜୀବନ ସହ ଖେଳ । ରକ୍ତ ପ୍ୟାକେଟ ବାହାରେ ଲେଖାହୋଇଛି ‘ଏ’ ପିଜିଟିଭ୍  । କିନ୍ତୁ ଭିତରେ ‘ବି’ ପିଜିଟିଭ୍ ଥିବା ରକ୍ତ ରୋଗୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରି ଭିନ୍ନ ଗ୍ରୁପର ରକ୍ତ ନେଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଟକର ଏକ ଘରୋଇ ହସ୍ପିଟାଲରେ। ରୋଗୀ ଜଣକ  କଟକ ଝୋଲା ସାହି ଅଞ୍ଚଳର ବିଭୂତି ଭୂଷଣ ଜେନା ବୋଲି ଜଣାପଡିଛି  ।

ବିଭୂତିଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କୁ ରକ୍ତ ଦରକାର ବୋଲି ଡାକ୍ତର କହିଥିଲେ। ବିଭୂତିଙ୍କର ବ୍ଲଡ୍ ଗ୍ରୁପ A ପଜିଟିଭ୍ ଥିଲା। ଏଥିପାଇଁ A ପଜିଟିଭ୍ ରକ୍ତ ଆଣିବା ପାଇଁ ଡାକ୍ତର କହିଥିଲେ।

ବିଭୂତିଙ୍କ ପୁଅ କଟକ ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କରୁ A ପଜିଟିଭ୍ ରକ୍ତ କହି ଆଣିଥିଲେ। କିନ୍ତୁ  ବ୍ଲଡ ପ୍ୟାକେଟରେ A ପଜିଟିଭ ରକ୍ତ ଲେଖାଯାଇଥିବା ବେଳେ ପ୍ୟାକେଟରେ ଥିଲା B ପଜିଟିଭ। ବିଭୂତିଙ୍କ ପୁଅ ବ୍ଲଡ ବ୍ୟାଙ୍କରୁ ଆଣିଥିବା ରକ୍ତ ଡାକ୍ତରଙ୍କୁ ଦେଇଥିଲେ।  ଡାକ୍ତର ମଧ୍ୟ ବିଭୂତିଙ୍କୁ ସେହି ରକ୍ତ ଦେଇଥିଲେ।

ତେବେ ରକ୍ତ ନେବା ପରେ ବିଭୂତି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ପରେ ବ୍ଲଡ ବ୍ୟାଙ୍କରୁ ଅଣାଯାଇଥିବା ରକ୍ତର ଗ୍ରୁପ ପରୀକ୍ଷା ଏକ ଘରୋଇ ଲ୍ୟାବରେ କରାଯାଇଥିଲା। ଏହା B ପଜିଟିଭ ବୋଲି ଜଣାପଡିଛି ।  ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ରିପୋର୍ଟ ପାଇବା ପରେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ରୀୟ ରେଡ଼କ୍ରସ ଭଣ୍ଡାର ନିର୍ଦେଶକ  ।

Comments are closed.