ଭୁବନେଶ୍ବର:ଶୁକ୍ରବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲରେ ଡ଼ାକ୍ତରଙ୍କୁ ଆକ୍ରମଣ । ଚିକିତ୍ସା ନମିଳିବାରୁ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ରୋଗୀଙ୍କ ଆକ୍ରମଣ । ନିମାପଡ଼ାରୁ ରୋଗୀ ନେଇ ଆସିଥିବା ଜନୈକ ସମ୍ପର୍କୀୟ ଏଭଳିକାଣ୍ଡ କରିଥିବା ସୂଚନା ମିଳିଛି ।
ତେବେ ନିମାପଡାର ଯୁବକଙ୍କୁ ଗିରଫ କରିଛି କ୍ୟାପିଟାଲ୍ ଥାନା ପୋଲିସ ।
ସୂଚନାମୁତାବକ, ଅର୍ଥୋପେଡ଼ିକ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ ରୋଗୀ । ସମୟ ହୋଇଯାଇଥିବାରୁ କାଜୁଆଲିଟି ଯିବାକୁ କହିଥିଲେ । ଚିକିତ୍ସା ନପାଇବାରୁ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ରୋଗୀଙ୍କ ଆକ୍ରମଣରେ ଡାକ୍ତରଙ୍କ ହାତ ଭାଙ୍ଗିବା ସହ ଆଟେଣ୍ଡାଣ୍ଟ ଆହତ ହୋଇଥିବା ସୂଚନା ରହିଛି ।