Latest Odisha News

ରାଜକୁମାରଙ୍କ ମୃତ୍ୟୁ ପରେ ହାର୍ଟ ଆଟାକ ନେଇ ଲୋକଙ୍କ ମନରେ ଭୟ, ଦୌଡୁଛନ୍ତି ଡାକ୍ତରଖାନା

ବାଙ୍ଗାଲୋର: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ସେଠାକାର ଲୋକଙ୍କ ମନରେ ହାର୍ଟ ଆଟାକ ନେଇ ଭୟ ପଶିଯାଇଛି । ସୂଚନାଯୋଗ୍ୟ, ୪୬ ବର୍ଷୀୟ ରାଜକୁମାରଙ୍କ ମୃତ୍ୟୁ ହାର୍ଟ ଆଟାକରେ ହୋଇଥିଲା । ଏବେ କର୍ଣ୍ଣାଟକର ପ୍ରାୟ ସମସ୍ତ ବଡ କାର୍ଡିୟାକ ଡାଇଗ୍ନୋସିସ ସେଂଟରରେ ଭୀଡ ରହୁଛି । ଜୟଦେବ ଇନଷ୍ଟିଚ୍ୟୁଟରେ ଏବେ ଦୈନିକ ୧୮୦୦ ରୋଗୀ ହାର୍ଟ ଚେକଅପ ପାଇଁ ଆସୁଛନ୍ତି । ସରକାରୀ ଡାକ୍ତରଖାନାଗୁଡିକରେ ମଧ୍ୟ ସମାନ ଅବସ୍ଥା ରହିଛି । କମ ବୟସର ବ୍ୟକ୍ତିମାନଙ୍କ ଭୀଡ ଅଧିକ ରହୁଛି ।

ଅପରପକ୍ଷରେ ଜିମ ନେଇ ଲୋକଙ୍କ ମନରେ ମଧ୍ୟ ଅବିଶ୍ୱାସ ସୃଷ୍ଟି ହୋଇଛି । ଆଗ୍ରେସିଭ ଏକ୍ସରସାଇଜ ଯୋଗୁ ହାର୍ଟ ଆଟାକ ଆଶଙ୍କା ବୃଦ୍ଧି ପାଇଥିବା ଭ୍ରମାତ୍ମକ ତଥ୍ୟ ବିଭିନ୍ନ ସ୍ଥାନରେ ପ୍ରକାଶ ପାଉଛି । ଯାହାକୁ ନେଇ ଲୋକ ଦ୍ୱନ୍ଦ୍ୱରେ ରହିଛନ୍ତି ।

Leave A Reply

Your email address will not be published.