Latest Odisha News

BREAKING NEWS

ପାଟକୁରା ନିର୍ବାଚନ: ଆସନ୍ତାକାଲି ଭୋଟଗ୍ରହଣ ଲାଗି ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ଆସନ୍ତା ଜୁଲାଇ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ରାଜନୈତିକ ବିଶାରଦମାନେ ମତ ପ୍ରକାଶ କରିଛନ୍ତି ।

ଏହି ବିଧାନସଭା ଆସନରେ ଦୁଇଦୁଇ ଥର ମତଦାନ ଘୁଞ୍ଚିଥିବାବେଳେ ସମସ୍ତଙ୍କ ନଜର ରହିଛି ଶନିବାର ଦିନ ହେବାକୁ ଥିବା ଭୋଟ୍ ଗ୍ରହଣ ଉପରେ ।

ପାଟକୁରା ବିଧାନସଭା ଆସନରେ ବିଜେପି ପକ୍ଷରୁ ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରୱାଲ ଓ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ ଆସନ୍ତାକାଲି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଯାହାକୁ ନେଇ ରାଜ୍ୟରାଜନୀତି ଏକପ୍ରକାର ସରଗରମ ହୋଇଉଠିଛି।

ନିକଟ ଅତୀତରେ କେନ୍ଦ୍ରାପଡା ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେଡି ବାଜିମାତ୍ କରିଥିବାବେଳେ ପାଟକୁରା ଆସନରେ କିଏ ଗଡ ଜିତିବ ସେନେଇ ଛକାପଞ୍ଝା ଆରମ୍ଭ ହୋଇଯାଇଛି ।

ସୂଚନଯୋଗ୍ୟ, ଏଥିଲାଗି ସବୁ ରାଜନୈତିକ ଦଳ ଜୋରଦାର୍ ପ୍ରଚାର କରିଥିଲେ । କିଛି ଦଳ ପାଟକୁରାରେ ଡେରା ପକାଇଥିବାବେଳେ ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏକ ରୋଡ୍ ଶୋ’ ମଧ୍ୟ କରିଥିଲେ । ପୂର୍ବରୁ ପାଟକୁରା ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାର ଲାଗି ହେଭିୱେଟ୍ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଥିଲେ ।

Leave A Reply

Your email address will not be published.