Latest Odisha News

BREAKING NEWS

୧୧ ଦିନରେ ୩୧ ମର୍ଡର… କାହିଁକି ରକ୍ତରଞ୍ଜିତ ହେଲା ବିହାର? ଚିନ୍ତାରେ ସରକାର

ନୂଆଦିଲ୍ଲୀ: ବିହାରରେ ଅପରାଧରେ ଲଗାମ ଲାଗୁନାହିଁ। ମାତ୍ର ୧୧ ଦିନ ମଧ୍ୟରେ ୩୧ ଜଣଙ୍କ ହତ୍ୟାର ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ରାଜଧାନୀ ପାଟନାରେ ଅପରାଧୀମାନେ ପ୍ରତିଦିନ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରୁଛନ୍ତି। ୪ ଜୁଲାଇରେ ପ୍ରସିଦ୍ଧ ବ୍ୟବସାୟୀ ଗୋପାଳ ଖେମକାଙ୍କ ହତ୍ୟାରୁ ଆରମ୍ଭ ହୋଇଥିଲା ନରସଂଘାର ଯାହା ଦିନକୁ ଦିନ ବଢ଼ିଚାଲିଛି। ତାଙ୍କ ପରେ ବାଲି ବ୍ୟବସାୟୀ ଓ ଗତ ରାତିରେ ଜଣେ ଦୋକାନୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିଲାଗି ହୋଇଥିବା ହତ୍ୟାର ସମ୍ପୂର୍ଣ୍ଣ ତଥ୍ୟ ଏଠାରେ ପଢ଼ନ୍ତୁ। ଜୁଲାଇର ପ୍ରଥମ ୧୧ ଦିନରେ ବିହାରରେ ଅତି କମରେ ୩୧ ଜଣଙ୍କ ହତ୍ୟା ହୋଇଛି।

୧୦ ଜୁଲାଇ, ୨୦୨୫

  • ପାଟନା: ରାନୀ ତାଲାବ ଅଞ୍ଚଳରେ ବାଲି ବ୍ୟବସାୟୀ ରାମାକାନ୍ତ ଯାଦବଙ୍କୁ ଅପରାଧୀମାନେ ଗୁଳି ମାରି ହତ୍ୟା କରିଛନ୍ତି। ଘର ବାହାରେ ବଗିଚାରେ ଚାଲୁଥିବା ବେଳେ ରାମାକାନ୍ତଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।
  • ଜେହାନାବାଦ: ଶାକୁରାବାଦ ଥାନା ଅଞ୍ଚଳର ମଲହଚକ ଗାଁରେ ରାତିରେ ଶୋଇଥିବା ବେଳେ ଶିବନନ୍ଦନ ନାମକ ଜଣେ ବୃଦ୍ଧଙ୍କୁ ଅଜଣା ଅପରାଧୀମାନେ ଗୁଳି ମାରି ହତ୍ୟା କରିଛନ୍ତି।
  • ସମସ୍ତୀପୁର: ମୁସରୀଘରାରୀ ଥାନା ଅଞ୍ଚଳର ଗଙ୍ଗାପୁର ଗାଁରେ ଜଣେ ବୃଦ୍ଧାଙ୍କୁ ପଡ଼ୋଶୀମାନେ ପିଟି ପିଟି ମାରି ଦେଇଛନ୍ତି। ଖେତର ମେଢ଼ ନେଇ ବିବାଦ ହିଂସାତ୍ମକ ରୂପ ନେଇଥିଲା ଓ ଅଭିଯୁକ୍ତମାନେ ମହିଳାଙ୍କୁ ନିର୍ମମ ଭାବେ ପିଟିଥିଲେ।

୮ ଜୁଲାଇ

  • ଭାଗଲପୁର: ହବିବପୁର ଥାନା ଅଞ୍ଚଳର ବଦ୍ରେ ଆଲମପୁରର ମୋହମ୍ମଦ ସଦ୍ଦାମଙ୍କୁ ଚାକୁ ଭୁସି ହତ୍ୟା କରାଯାଇଛି। ରାତି ଏକଟା ବେଳେ ପଡ଼ୋଶୀଙ୍କ ସହ ବିବାଦ ହେତୁ ସଦ୍ଦାମ ଓ ତାଙ୍କ ଭାଇ କୋନୈନଙ୍କୁ ଚାକୁ ମାରି ଆହତ କରାଯାଇଥିଲା।
  • ଭାଗଲପୁର: ନବଗଛିଆ ଥାନା ଅଞ୍ଚଳର ତେତରୀ ଗାଁରେ ଗୁଳିବାରୁଦରେ ସାଜନ କୁମାର ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଘଟଣା ତେତରୀ ଦୁର୍ଗା ମନ୍ଦିର ସାମ୍ନାରେ ଓ ବଜରଙ୍ଗବଲୀ ମନ୍ଦିର ପଛପଟେ ଏକ ବଗିଚାରେ ଘଟିଥିଲା।
  • ନବାଦା: ହିସୁଆ ଥାନା ଅଞ୍ଚଳର ବଜରା ଗାଁରେ ଜଣେ ପୁଅ ନିଶା ଅବସ୍ଥାରେ ନିଜ ବାପା ଅନୀଲ କୁମାର ସିଂହ ଆଜାଦଙ୍କୁ ତଲୱାରରେ ଆକ୍ରମଣ କରି ହତ୍ୟା କରିଛି। ଅନୀଲ ଟିଏସ କଲେଜରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ ଓ ଆଉ ଏକ ବର୍ଷ ପରେ ଅବସର ନେବାକୁ ଥିଲା।

୭ ଜୁଲାଇ

  • ମଧୁବନୀ: ଫୁଲପରାସ ଥାନା ଅଞ୍ଚଳର ବୋହରବା ଗାଁରେ ୬୫ ବର୍ଷୀୟ କୃଷକ ବଦ୍ରୀ ଯାଦବଙ୍କୁ ଅଜଣା ଅପରାଧୀମାନେ ଗୁଳି ମାରିଛନ୍ତି। ତାଙ୍କୁ ଘରୁ ଜବରଦସ୍ତୀ ଉଠାଇ ନଦୀ କୂଳକୁ ନେଇ ହତ୍ୟା କରାଯାଇଥିଲା।
  • ବୈଶାଳୀ: ମହନାରର ଲାବାପୁର ନାରାୟଣ ଗାଁରେ ୫୫ ବର୍ଷୀୟ ସୁରେନ୍ଦ୍ର ଝାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ଜମି ବିବାଦ ସମାଧାନ କରିବାକୁ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ବାଇକ୍‌ରେ ଆସିଥିବା ଅପରାଧୀମାନେ ତାଙ୍କୁ ଗୁଳି ମାରିଥିଲେ।

୬ ଜୁଲାଇ

  • ପାଟନା: ଦାନାପୁରରେ ନିଜେ ସ୍କୁଲ ଚଳାଉଥିବା ୫୦ ବର୍ଷୀୟ ଅଜୀତ କୁମାରଙ୍କୁ ବାଇକ୍‌ରେ ଆସିଥିବା ଅପରାଧୀମାନେ ଗୁଳି ମାରି ହତ୍ୟା କରିଛନ୍ତି। ଅଜୀତ ତାଙ୍କ ବାପାଙ୍କ ପାଇଁ ଖାଦ୍ୟ ଦେଇ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା।
  • ପୂର୍ଣ୍ଣିଆ: ଟେଟମା ଗାଁରେ ଏକ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇ ଶବକୁ ନିଆଁ ଲଗାଇ ଦିଆଯାଇଥିଲା। ସ୍ଥାନୀୟ ଲୋକଙ୍କ ଡାହାଣୀ ଅଭିଯୋଗରେ ଏହି ନିର୍ମମ ହତ୍ୟା କରାଯାଇଥିଲା।
  • ନାଲନ୍ଦା: ଦୀପନଗର ଥାନା ଅଞ୍ଚଳର ଡୁମରାବାଁ ଗାଁରେ ପିଲାଙ୍କ ମାମୁଲି ବିବାଦକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଏକ ପକ୍ଷର ଲୋକେ ଅନ୍ୟ ପକ୍ଷର ଅନ୍ନୁ କୁମାରୀ ଓ ହିମାଂଶୁ କୁମାରଙ୍କୁ ଗୁଳି ମାରି ହତ୍ୟା କରିଥିଲେ।
  • ବେତିଆ: ସିରସିଆ ଥାନା ଅଞ୍ଚଳର ଗରଭୁଆ ବାବୁ ଟୋଲା ଗାଁରେ ଟଙ୍କା ବିବାଦରେ ୪୫ ବର୍ଷୀୟ ହୃଦୟ ମିଶ୍ରଙ୍କୁ ହତ୍ୟା କରାଯାଇଛି। ଗାଁର ଜୟ ପ୍ରକାଶ ଯାଦବ ଓ ତାଙ୍କ ପୁଅ ବିଶାଲ ଯାଦବ କୁଦାଳରେ ଆକ୍ରମଣ କରି ତା’ପରେ ଟ୍ରାକ୍ଟରରେ ଚଢ଼ାଇ ହତ୍ୟା କରିଥିଲେ।
  • ମୁଜଫ୍ଫରପୁର: କାଜୀ ମୋହମ୍ମଦପୁର ଥାନା ଅଞ୍ଚଳର ମାଡ଼ୀପୁରରେ ଲୁଟପାଟ ସମୟରେ କନୀୟ ଅଭିଯନ୍ତା ମୋହମ୍ମଦ ମୁମତାଜଙ୍କୁ ଚାକୁ ଭୁସି ହତ୍ୟା କରାଯାଇଛି। ସେ ବୈଶାଳୀର ଭଗବାନପୁର ବ୍ଲକରେ କାର୍ଯ୍ୟରତ ଥିଲେ।
  • ମୁଜଫ୍ଫରପୁର: କାଜୀ ମୋହମ୍ମଦପୁର ଥାନାରେ ପଞ୍ଚାୟତ ରୋଜଗାର ସେବକ ମୁମତାଜ ଅହମଦଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଅପରାଧୀମାନେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟି ନେଇଥିଲେ।

୫ ଜୁଲାଇ

  • ମହାଲଗାଁ: ପୁଷ୍ଟୈନୀ ଜମି ବିବାଦରେ ରହମାନ ନାମକ ବ୍ୟକ୍ତି ତାଙ୍କ ବଡ଼ ଭାଇ ମୋଦସ୍ସିମଙ୍କ ଉପରେ ଗୁଳି ଚଳାଇଥିଲେ। ଗୁଳି ମୋଦସ୍ସିମଙ୍କ ୧୨ ବର୍ଷୀୟ ପୁଅ ଅବୁ ହୋରେରାଙ୍କୁ ଲାଗିଥିଲା, ଯାହାରେ ତାଙ୍କର ମୃତ୍ୟୁ ହୋଇଥିଲା।
  • କିଶନପୁର: ଆସନପୁର କୁପହା ଗାଁ ନିକଟ କୋସି ନଦୀ କୂଳରେ ୨୮ ବର୍ଷୀୟ ସୀମା ଦେବୀଙ୍କ ଶବ ପ୍ଲାଷ୍ଟିକରେ ବନ୍ଧା ଅବସ୍ଥାରେ ମିଳିଥିଲା। ତାଙ୍କର ଏକ ବର୍ଷର ପୁଅ ନିଖୋଜ ରହିଛି।

୪ ଜୁଲାଇ

  • ପାଟଣା: ବିଜେପି ନେତା ଓ ବଡ଼ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।
  • ସିୱାନ: ଆପୋସ ବିବାଦ ପରେ ଦୁଇ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୩ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି।
  • ସମସ୍ତୀପୁର: ରୋସଡ଼ାରେ ପଞ୍ଚାୟତ ସମିତି ସଦସ୍ୟ ମଞ୍ଜୁ ଦେବୀଙ୍କ ସ୍ୱାମୀ ସୁରେଶ ମହତୋଙ୍କୁ ରଙ୍ଗଦାରୀ ନ ଦେବାରୁ ଗୁଳି ମାରି ହତ୍ୟା କରାଯାଇଛି।
  • ବେଗୁସରାଇ: ସିଂଘୌଲ ଥାନା ଅଞ୍ଚଳର ଫତେହପୁରରେ ସ୍ୱର୍ଣ୍ଣ ବ୍ୟବସାୟୀ ସୁନୀଲ କୁମାରଙ୍କ ହତ୍ୟା ହୋଇଛି। ତାଙ୍କ ପ୍ରେମିକାର ସ୍ୱାମୀ ଏହି ହତ୍ୟାର ଷଡ଼ଯନ୍ତ୍ର କରିଥିଲେ।

୩ ଜୁଲାଇ

  • ମଧେପୁରା: ମୁରଲୀଗଞ୍ଜର ଦମଗାରା ଟୋଲାରେ ସବଜୀ ବିକ୍ରେତା ଦିନେଶ ଦାସ (୫୦) ଓ ତାଙ୍କ ପତ୍ନୀ ଭଲିଆ ଦେବୀ (୪୫)ଙ୍କୁ ହତ୍ୟା କରାଯାଇଛି। ଜମି ବିବାଦ ହେତୁ ଏହି ଘଟଣା ଘଟିଥିବା ପୁଲିସ କହିଛି।

୧ ଜୁଲାଇ

  • ମଧୁବନୀ: ବିସ୍ଫୀ ଥାନା ଅଞ୍ଚଳର ସିମରୀ ଗାଁରେ ମୋହମ୍ମଦ ତୁଫୈଲଙ୍କୁ ଗାଁର ମୋହମ୍ମଦ ଆଫତାବ ଆପୋସ ରଞ୍ଜିଶରେ ଚାକୁ ମାରି ଆହତ କରିଥିଲେ। ଚିକିତ୍ସା ସମୟରେ ତୁଫୈଲଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏସଆଇଟି ଗଠନ କରି ୭ ଜୁଲାଇରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଏହି ଘଟଣାଗୁଡ଼ିକ ବିହାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି। ନୀତୀଶ କୁମାର ସରକାରଙ୍କ ଉପରେ ବିରୋଧୀ ଓ ସହଯୋଗୀ ଦଳମାନେ ମଧ୍ୟ ଅପରାଧ ନିୟନ୍ତ୍ରଣ ନେଇ ସମାଲୋଚନା କରୁଛନ୍ତି।

 

Comments are closed.