ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ୬ ବର୍ଷ ପୂରି ଯାଇଥିବା ବେଳେ ଏବେବି ବି କୋର୍ଟରେ ଏହାର ଶୁଣାଣି ଚାଲିଛି। ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ l କୋର୍ଟରେ ସାକ୍ଷୀ ଦେଇପାରନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା l ଘଟଣାର ସମସ୍ତ ଭିଡିଓ ଡିସ୍ପ୍ଲେ କରିପାରନ୍ତି ଅରୁଣ l ୬୦ ନମ୍ବର ସାକ୍ଷୀ ଭାବରେ ଆଜି ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିବେ ଶ୍ରୀ ବୋଥ୍ରା । ତେବେ ଏହି ହାଇ ପ୍ରୋଫାଇଲ ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା । ଗତ ସେପ୍ଟେମ୍ବର ମାସରେ ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମସିନ୍ର ସିଡି ଡିସ୍ପ୍ଲେ ପାଇଁ ଶୁଣାଣି ବେଳେ ଦାବି ହୋଇଥିଲା ।
୨୦୧୮ ମସିହାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣା ଘଟିଥିଲା। ପାଟଣାଗଡ଼ ସହରର ବରହମ୍ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ।ଦୀର୍ଘ ଦିନର ଚିକିତ୍ସା ପରେ ସେ ମୃତ୍ୟୁ ମୁହଁରୁ ଫେରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ହଲଚଲ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଚାଲିଥିଲା ତଦନ୍ତ। ଘଟଣାର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ବଲାଙ୍ଗିର ଜେଲରେ ପୁଞ୍ଜିଲାଲ ମେହେର ଏବେ ବିଚାରାଧୀନ ବନ୍ଦୀ ଭାବରେ ଅଛନ୍ତି ।
Comments are closed.