Latest Odisha News

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଆଇପିଏସ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ

ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଗ୍ରହଣ l ପାଟଣାଗଡ଼ ଏଡିଜେ କୋର୍ଟରେ ଆଇପିଏସ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ l ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା l ବିସ୍ଫୋରଣରେ ନବବଧୂଙ୍କ ସ୍ବାମୀ ଓ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା l ତେବେ ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମସିନ୍‌ର ସିଡି ଡିସ୍‌ପ୍ଲେ ପାଇଁ ଦାବି କରିଛନ୍ତି କ୍ରାଇମବ୍ରାଞ୍ଚ ଓକିଲ l କିନ୍ତୁ କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ପ୍ରତିପକ୍ଷ ଓକିଲ ତୀବ୍ର ବିରୋଧ କରିଛନ୍ତି l ଏନେଇ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ l

୨୦୧୮ ମସିହା ଫେବ୍ରୁଆରୀ ୨୩ ତାରିଖରେ ଘଟିଥିବା ଏହି ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏବେ ଜେଲରେ l ପାଟଣାଗଡ ଅତରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଚାଲିଛି ଏହି ମାମଲା । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ସେମାନେ ପାଇଥିବା ଗିଫ୍ଟ ପାର୍ସଲ ସବୁ ଖୋଲୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ କିନ୍ତୁ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇ ଯାଇଥିଲା । ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁସା କଲେଜର ଇ˚ରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କୁ ରିମାଣ୍ତରେ ନେଇ ପଚରା ଉଚୁରା କରିବା ସହ ଅନ୍ୟ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା । ଏହା ପରେ କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୋଧରେ ୩୦୦ ପୃଷ୍ଠାର ଏକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା। ଏହି ଘଟଣାର ତଦନ୍ତ ଭାର ଆଇପିଏସ ଅରୁଣ ବୋଥ୍ରାଙ୍କ ଉପରେ ଥିଲା l ଆଜି କୋର୍ଟରେ ଏହି ମାମଲାର ସାକ୍ଷ୍ୟ ଗ୍ରହଣ କରାଯାଇଛି l

Comments are closed.