Latest Odisha News

ଫ୍ରେଂଚ ଓପନ ଟେନିସ: ପାଭେଲଚେଙ୍କୋଭ-ବାରୋବାରା ମଧ୍ୟରେ ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲା ଚୁଡାନ୍ତ ହୋଇଛି । ବିଶ୍ୱର ୩୧ ନମ୍ବର ଖେଳାଳି ରୁଷିଆର ଆନାସ୍ତାସିଆ ପାଭେଲଚେଙ୍କୋଭ ଓ ଚେକ ଗଣରାଜ୍ୟର ୮୧ ନମ୍ବର ମାନ୍ୟତାପ୍ରାପ୍ତ ବାରୋବାରା କ୍ରେଜାକିକୋଭା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ସେମିଫାଇନାଲରେ ଆନାସ୍ତାସିଆ ୭-୫, ୬-୩ ସେଟରେ ସ୍ଲେଭେନିଆର ତମାରା ଜିନ୍ଦାସେକଙ୍କୁ ଏବଂ ବାରୋବାରା ୭-୫, ୪-୬, ୯-୭ ସେଟରେ ମାରିଆ ସାକିରାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ୨୦୧୫ ପରେ ରୁଷିଆ ଖେଳାଳି ଭାବେ ଆନାସ୍ତାସିଆ କୌଣସି ଏକ ଗ୍ରାଣ୍ଡସ୍ଲାମର ଫାଇନାଲରେ ପ୍ରବେଶ କରିଛନ୍ତି । ୨୦୧୫ରେ ମାରିଆ ଶାରାପୋଭା ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ପ୍ରବେଶ କରିଥିଲେ ।

Leave A Reply

Your email address will not be published.