Latest Odisha News

BREAKING NEWS

ନିର୍ବାଚନ ଜିତିବା ପରେ ଚିରଞ୍ଜୀବଙ୍କ ପାଦ ଛୁଇଁ ଆଶର୍ବାଦ ନେଲେ ପଓ୍ବନ କଲ୍ୟାଣ, ସାମ୍ନାକୁ ଆସିଲା ଭିଡିଓ

ପିଥାପୁରମ: ସାଉଥ ସୁପରଷ୍ଟାର ପଓ୍ବନ କଲ୍ୟାଣଙ୍କୁ ରାଜନୀତିରେ ମିଳିଛି ବଡ ସଫଳତା । ପିଥାପୁରମରୁ ପ୍ରତିଦ୍ୱନ୍ଦ୍ୱିତା କରି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଛନ୍ତି ଅଭିନେତା ପଓ୍ନନ । ଆନ୍ଧ୍ରପ୍ରଦେଶର ପିଥାପୁରମରେ ଐତିହାସିକ ରାଜନୈତିକ ବିଜୟ ପରେ ହାଇଦ୍ରାବାଦରେ ଚିରଞ୍ଜୀବଙ୍କ ବାସଭବନରେ ପହଞ୍ଚିଥିଲେ । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହୋଇଛି । ଏହି ହୃଦୟସ୍ପର୍ଶୀ ଭିଡିଓରେ ପଓ୍ନନ ବଡ ଭାଇ ଚିରଞ୍ଜୀବଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଭାବପ୍ରବଣ ହୋଇପଡିଛନ୍ତି ।

ହାଇଦ୍ରାବାଦରେ ଚିରଞ୍ଜୀବୀଙ୍କ ବାସଭବନରେ ପହଞ୍ଚିବା ପରେ ଅଭିନେତା ତଥା ନବନିର୍ବାଚିତ ନେତା ପୱନ କଲ୍ୟାଣଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରିବାର ବର୍ଗଙ୍କୁ ଭେଟିବା ମାତ୍ରେ ଏକ ସ୍ପର୍ଶକାତର ଅଙ୍ଗଭଙ୍ଗୀରେ ସେ ତାଙ୍କ ଭାଇ ଚିରଞ୍ଜୀବି ଏବଂ ଭାଉଜ ସୁରେଖାଙ୍କ ପାଦ ଛୁଇଁଥିବାର ନଜର ଆସିଥିଲେ। ଏହା ପରେ ଟିକେ ଭାବପ୍ରବଣ ହୋଇଯାଇଥିଲେ ପଓ୍ବନ । ଏହା ଦେଖି ନାଗେନ୍ଦ୍ର ବାବୁ ତାଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ ।

ଯାହାର ଭିଡିଓ ନିଜର ସୋସିଆଲ ମିଡିଆରେ ସେୟାର କରି ସୁପରଷ୍ଟାର ଚିରଞ୍ଜୀବି ଖୁସି ବ୍ୟକ୍ତ କରିଛନ୍ତି । ଏହି ଭିଡିଓରେ ପଓ୍ବନଙ୍କ ପତ୍ନୀଙ୍କ ସହ ଜ୍ୱାଇଁ ରାମ ଚରଣ, ବରୁଣ ତେଜ, ସାଇ ଧରାମ ତେଜ, ଭଣଜା ନିହାରିକା କୋନିଡେଲା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ବିଜୟର ସେଲିବ୍ରେସନ କରୁଥିବାର ନଜର ଆସିଛନ୍ତି । ଏହା ସହିତ ସେ ତାଙ୍କ ମାଆ ଅଞ୍ଜନା ଦେବୀଙ୍କ ପାଦ ଛୁଇଁ ସମ୍ମାନ ଜଣାଇଥିଲେ । ଏହି ଭିଡିଓରେ ପରିବାରର ସମସ୍ତ ସଦସ୍ୟ ପଓ୍ବନଙ୍କ ବିଜୟକୁ ନେଇ ଅତ୍ୟନ୍ତ ଭାବପ୍ରବଣ ଦେଖାଯାଉଥିଲେ ।

ସୂଚନାଯୋଗ୍ୟ, ତେଲୁଗୁ ଅଭିନେତା ତଥା ରାଜନେତା ପୱନ କଲ୍ୟାଣ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଛନ୍ତି। ରାଜ୍ୟ ନିର୍ବାଚନରେ ତାଙ୍କର ଐତିହାସିକ ବିଜୟରେ ଜନସେନା ପାର୍ଟି (ଜେଏସପି) ନେତାଙ୍କ ସମର୍ଥକ ଏବଂ ସମ୍ପର୍କୀୟମାନେ ଅତ୍ୟନ୍ତ ଖୁସି ଅଛନ୍ତି। ତାଙ୍କ ପାର୍ଟି ଲୋକସଭାରେ ମଧ୍ୟ ଏକ ଭଲ ପ୍ରଦର୍ଶନ କରିଛି।

ଆଜି ଦିଲ୍ଲୀ ସଂସଦ ଭବନରେ ଅନୁଷ୍ଠିତ ଏନଡିଏ ବୈଠକରେ ଯୋଗ ଦେଇଛନ୍ତି ପଓ୍ବନ । ଏହା ସହିତ ମୋଦିଙ୍କ ପ୍ରଶଂସାରେ ଶତମୁଖ ହେବା ସହ ଏନଡିଏ ନେତା ଭାବେ ମୋଦିଙ୍କୁ ସମର୍ଥନ ଜଣାଇଛନ୍ତି ।

Leave A Reply

Your email address will not be published.