Latest Odisha News

ଜୀବନ ହାରିଲେ ପେଟିଏମ୍ କମ୍ପାନୀ ଫିଲ୍ଡ ମ୍ୟାନେଜର, ୧୬ ଘଣ୍ଟା କାଳ ବାପା,ମାଆ ଲୁଚାଇଥିଲେ

ଭୋପାଳ: କମ୍ପାନୀ ବନ୍ଦ ହୋଇଯିବା ଭାବି କିଛି ଦିନ ହେବ ଚିନ୍ତାରେ ଥିଲେ । ଶେଷରେ ଜୀବନ ହାରିଦେଲେ ଇନ୍ଦୋର ପେଟିଏମ୍ କମ୍ପାନୀର ଫିଲ୍ଡ ମ୍ୟାନେଜର ଗୌରବ ଗୁପ୍ତା । ୧୬ ଘଣ୍ଟା କାଳ ବାପା ମାଆଙ୍କୁ ଏହି ଖବର ଜଣାଇଥିଲେ ପରିବାରର ଅନ୍ୟ ସଦସ୍ୟ । ଉଭୟ ବାପା, ମାଆ ହାର୍ଟ ପେସେଣ୍ଟ ଥିବାରୁ ତାଙ୍କୁ ଏହି ଖବର ଜଣାଇନଥିଲେ ପରିବାରର ଅନ୍ୟ ସଦସ୍ୟ ।  ସମସ୍ତେ ଏହି ଖବର ଜାଣିଥିଲେ ହେଲେ ବାପା, ମାଆା ଶୁଣିଲେ ଏହି ଦୁଃଖ ସମ୍ଭାଳି ପାରିବେ ନାହିଁ ।

କୌଣସି ଅଘଟଣ ଘଟିବା ଭୟରେ ଏସବୁ ପରିବାର ଲୋକ ଜଣାଇନଥିଲେ ।  ଦିନ ତମାମ୍ ପରିବାର ଲୋକ ଏହି କଥାକୁ ଲୁଚାଇ ରଖିଥିଲେ । ଯେପରି କିଛି ଘଟନି ସେହିପରି ସ୍ୱାଭାବିକ ବ୍ୟବହାର କରୁଥିଲେ ।  ବିଳମ୍ବିତ ରାତିରେ ଘର ବାହାରେ ମୃତଦେହ ପହଞ୍ଚିବା ପରେ ଗୌରବ ଗୁପ୍ତାଙ୍କ ଦେହାନ୍ତ ହୋଇଥିବା ଖବର ଜାଣିଥିଲେ ମାଆ, ବାପା । ପରିବାର ସହ ବନ୍ଧୁ ପରିଜନ ଶେଷ ଦର୍ଶନ କରିବା ପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

୨୫ ଫେବ୍ରୁଆରୀ ଦିନ ନିଜ ଇନ୍ଦୋର ସ୍ଥିତ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଗୌରବଙ୍କ ପତ୍ନୀ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗୌରବଙ୍କ ପତ୍ନୀ ମୋହିନୀ ପରିବାର ଲୋକଙ୍କୁ କହିଥିଲେ ମାନସିକ ଚିନ୍ତାରେ ରହୁଥିଲେ । କିଛି ପଚାରିଲେ ସେ କହୁନଥିଲେ । କିଛି କଥା ତାଙ୍କୁ ବ୍ୟଥିତ କରୁଥିଲା । କମ୍ପାନୀ ଚିନ୍ତାରେ ସେ ଏଭଳି କରିଥିବା ତାଙ୍କ ଶଶୁର ପୋଲିସକୁ କହିଥିବା ସୂଚନା ରହିଛି । ଗୌରବଙ୍କ ବଡ଼ ଭାଇ କହିଛନ୍ତି ସେ ପିଲାଦିନରୁ ଭଲ ପାଠ ପଢ଼ୁଥିଲା ।

କନେଭଣ୍ଟ ସ୍କୁଲେର ସେ ପଢ଼ିଥିବା ବେଳେ ଜିବାଜି ୟୁନିଭସିର୍ଟରେ ସେ ଏମବିଏ କରିଥିଲେ । ଏହା ପେର ସେ ଅନେକ କମ୍ପାନୀରେ ଚାକିରି କରିଥିଲେ । ବର୍ତମାନ ସମୟରେ ସେ ପେଟିଏମ୍ କମ୍ପାନୀରେ ଜବ କରୁଥିଲେ ।

୯ ବର୍ଷ ତଳେ ଗୌରବଙ୍କ ବିବାହ ହୋଇଥିଲା ।  ପତ୍ନୀ ମୋହିନୀଙ୍କ ସହ ତାଙ୍କର ୨ଜଣ ଝିଅ ଅଛନ୍ତି । ବଡ଼ ଝିଅ ଆଦୟା ୪ବର୍ଷ, ସାନ ଝିଅ ଅବନି ୯ମାସର ବୋଲି କହିଛନ୍ତି । ଘରେ ବୃଦ୍ଧା ମାଆ, ବାପା ଅଛନ୍ତି । ସେ ସମସ୍ତଙ୍କ ଭଲ ମନ୍ଦ ବୁଝୁଥିଲା ।  ଚିନ୍ତାରେ ରହୁଥିବାରୁ ଅଫିସ ଛାଡ଼ି ଦେବାକୁ ମଧ୍ୟ ତାକୁ ବାରମ୍ବାର କହିଥିବା କହିଛନ୍ତି ତାଙ୍କ ବଡ଼ ଭାଇ ।ଏଭଳି ଚରମ ନିଷ୍ପତି ନେଇଯିବ କେହି ଭାବି ପାରୁନୁ ।

Comments are closed.