ଚଣ୍ଡୀଗଡ: ଚଳିତ ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସ କ୍ୱାଲିଫାୟର ୧ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ପଞ୍ଜାବ ମାତ୍ର ୧୦୧ ରନରେ ଅଲଆଉଟ ହୋଇଯାଇଛି । ପ୍ଲେ ଅଫରେ ଏହା ସର୍ବନିମ୍ନ ସ୍କୋର । ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସମାନ ସ୍କୋର କରିଥିଲା । ଏହି ତାଲିକାରେ କୋଲକାତା ନାଇଟ ରାଇଡର୍ସ(୧୦୭) ଓ ରାଜସ୍ଥାନ ରୟାଲ୍ସ (୧୦୯) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଟସ ଜିତି ଆରସିବି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଆରସିବି ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ମାତ୍ର ୧୪.୧ ଓଭରରେ ୧୦୧ ରନ କରି ଅଲଆଉଟ ହୋଇ ଯାଇଥିଲା ।
ହାଜେଲଉଡ ଓ ସୂୟାଶ ଶର୍ମା ୩ଟି ଲେଖାଏଁ ଓ ୟଶ ୨ଟି ୱିକେଟ ନେଇଥିଲେ । ଭୁବନେଶ୍ୱର କୁମାର ଓ ରୋମାରିୟୋ ଶେଫର୍ଡ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଅଜମୁତାଲ୍ଲା ଓମ୍ରଜାଇ ଓ ପ୍ରଭସିମରନ ସିଂ ୧୮ ଲେଖାଏଁ ରନ ସଂଗ୍ରହ କରିଥିଲେ । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।
Comments are closed.