Latest Odisha News

BREAKING NEWS

ପିସିଭି ଟିକାକରଣର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଝାରସୁଗୁଡାରେ ପିସିଭି ଟିକାକରଣର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ୫ ବର୍ଷରୁ କମ୍‌ ବୟସର ଶିଶୁ, କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁ, ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ପାଇଁ ଏହି ଟିକା ସାହାଯ୍ୟ କରିବ । ଟିକାକରଣ ପାଇଁ ୮୮ ହଜାର ୪୦୦ ଡୋଜ୍ ରାଜ୍ୟରେ ଉପଲବ୍ଧ ଅଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଆଜିଠୁ ଏହି ପିସିଭି ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ନିୟମିତ ଟିକାକରଣ କାର୍ଯ୍ୟକ୍ରମ ଅଧିନରେ ଏହି ଟିକା ପିଲାମାନଙ୍କୁ ନିମୋକୋକୋସ୍ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିସ୍କ ସଂକ୍ରମଣରୁ ସୁରକ୍ଷା ଦେବାରେ ସହାୟକ ହେବ । ଜନ୍ମର ଦେଢ଼ ମାସରେ ଶିଶୁଙ୍କୁ ପ୍ରଥମ ଡୋଜ୍ ଦିଆଯିବ । ସେହିପରି ସାଢେ ୩ ମାସରେ ଦ୍ବିତୀୟ ଡୋଜ୍ ଓ ୯ ମାସରେ ଶିଶୁଙ୍କୁ ବୁଷ୍ଟର୍ ଡୋଜ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

Leave A Reply

Your email address will not be published.