Latest Odisha News

ସ୍କିଇଂ ବିଶ୍ୱକପ : ଅତ୍ୟଧିକ ଥଣ୍ଡା ଯୋଗୁ ପ୍ରତିଯୋଗୀଙ୍କ ପୁରୁଷାଙ୍ଗ ବରଫ ସଦୃଶ ହୋଇଗଲା

ନୂଆଦିଲ୍ଲୀ: ଶୀତକାଳୀନ ତଥା ବରଫରେ ଖେଳାଯାଉଥିବା ପ୍ରତିଯୋଗୀମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିକଟରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଫିନଲାଣ୍ଡରେ ସ୍କିଇଂ ବିଶ୍ୱକପ ଅବସରରେ ପ୍ରତିଯୋଗୀ କେଲ ହାଫୱରସନଙ୍କ ପେନିସ (ପୁରୁଷାଙ୍ଗ) ବରଫ ସଦୃଶ ଟାଣ ହୋଇ ଯାଇଥିଲା । ସେ ଏତେ ଯନ୍ତ୍ରଣା ଅନୁଭବ କଲେ ଯେ, ତାଙ୍କୁ ତୁରନ୍ତ ଶିବିରକୁ ନିଆଯାଇଥିଲା । ସେଠାରେ ୧୦ ମିନିଟ ଉତପ୍ତ ପରିବେଶରେ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ । ମାଇନସ ୧୫ ଓ ୨୦ ଡିଗ୍ରୀ ତଳେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ଏ ଭଳି ଘଟଣା ବାରମ୍ବାର ସମ୍ମୁଖକୁ ଆସୁଛି ।

ସୁସ୍ଥ ହେବା ପରେ ସେ କହିଥିଲେ ମୁଁ ଭାଗ୍ୟବାନ ଯେ, ୨ଟି ସନ୍ତାନର ବାପା ହୋଇପାରିଛି । ଯେଉଁଭଳି ପରିସ୍ଥିତିରେ ଆମେ ଖେଳୁଛି ଏହା ଆମଠାରୁ ଏହି କ୍ଷମତା ବି ଛଡେଇ ନେଇପାରେ । କ୍ରସ କଂଟ୍ରି ପ୍ରତିଯୋଗିତାରେ ସ୍କିନ ଟାଇଟ ରେସିଂ ଶୁଟ ସହ ଏହା ପତଳା ଅଣ୍ଡରଲେୟର ପିନ୍ଧା ଯାଇଥାଏ । ହାଫୱରସନ ଏହି ଅସୁବିଧା ଯୋଗୁ ରେସ ଜିତିପାରି ନ ଥିଲେ । ନରୱେର ଜ୍ୟାନ ଥମାସ, ଚେକ ରିପବ୍ଲିକର ମାଇକେଲ ନୋଭାକ ଓ ଓଷ୍ଟବର୍ଗ ଅମ୍ସଷ୍ଟଡନ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ମଧ୍ୟରେ ରହିଥିଲେ ।

Comments are closed.