ଭଦ୍ରକ: ସୀମାରେ କଡା ପହରା ସତ୍ତ୍ୱେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କୁରଛନ୍ତି ଲୋକେ । ପୋଲିସକୁ ଦେଉଛନ୍ତି ଚକମା । ପୋଲିସର କଡା କଟକଣା ମଧ୍ୟ କାମ କରୁନି । କଂଟେନରରେ ଭର୍ତ୍ତି ହୋଇ ଆସୁଛନ୍ତି ଓଡ଼ିଶା । ଗଳା ବାଟ ଦେଇ ଲୁଚି ଛପି ମାଡି ଆସୁଛନ୍ତି । କଂଟନେରରେ ଭର୍ତ୍ତି ହୋଇ ଓଡ଼ିଶା ଭିତରକୁ ଆସୁଛି ଗାଡି ।
ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ଜଣାପଡିବା ପରେ ଏବେ ସମସ୍ତ ବାଟକୁ ପୋଲିସ ସିଲ୍ କରିଛି । ଏହା ସହ ଯାଂଚକୁ ମଧ୍ୟ କଡାକଡି କରାଯାଇଛି । ତେବେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବା ପାଇଁ ସବୁ ବାଟ ସିଲ୍ କରିବା ପରେ ମଧ୍ୟ କୋଲକାତାରୁ କଂଟେନରରେ ଓଡ଼ିଶାକୁ କିଛି ଲୋକେ ଆସିଥିବା ଆଜି ଦେଖିବାକୁ ମିଳିଛି ।
ଜଣେ କି ଦୁଇଜଣ ନୁହଁ, କଣ୍ଟେନରରେ ଆସୁଛନ୍ତି ୧୦ରୁ ଅଧିକ ଯାତ୍ରୀ । ଆଜି ରାଣୀତାଲ ଛକରେ କଣ୍ଟେନରକୁ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଂଚଳର ଲୋକେ ସନ୍ଦେହରେ କଣ୍ଟେନରକୁ ଅଟକ ରଖିଥିଲେ । ଏହା ପରେ ପୁଲିସକୁ ଖବର ଦେଇଥିଲେ । କିନ୍ତୁ ସେମାନେ ସେଠାରୁ ଖସି ଦୌଡି ପଳାଇଥିଲେ । ପୋଲିସର କଡା ପହରା ଥିବା ସତ୍ତ୍ୱେ ଏମାନେ ରାଜ୍ୟ ଭିତରକୁ କିଭଳି ପ୍ରବେଶ କରୁଛନ୍ତି ତାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି।
BREAKING NEWS
- ଲଟେରୀ ଜରିଆରେ ବିଏମ୍ସି ପକ୍ଷରୁ ପକ୍କା ଘର ଆବଣ୍ଟନ
- Budget 2026 Speech: ସଂସଦରେ ଆଗତ ହେଲା ବଜେଟ ୨୦୨୬-୨୭, ଲଗାତାର ୯ମ ଥର ପାଇଁ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- Budget 2026: କାହିଁକି ଚର୍ଚ୍ଚାରେ ନିର୍ମଳାଙ୍କ Part-B ପେଡ଼ି? ବଦଳେଇ ଦେବ ଭାରତର ଭବିଷ୍ୟତ! ଭାଙ୍ଗିଯିବ ୭୫ ବର୍ଷର ପରମ୍ପରା…
- Gold Silver Price Budget 2026: ବଜେଟ ପୂର୍ବରୁ ହଠାତ୍ ଶସ୍ତା ହେଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେତେ କମିଲା…
- Union Budget 2026: ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ରାଷ୍ଟ୍ରପତି
- ୧୧୨କୁ ଫୋନ କରନ୍ତୁ ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନିଅନ୍ତୁ: ଅଗ୍ନିଶମ ଡିଜି
- ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
Comments are closed.