Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ: ପିଲାଙ୍କ ବହି ଉପରେ କାମ କରିବାକୁ ସୁଜିତ ମହାପାତ୍ର ଓ ତାଙ୍କ ସ୍ୱେଚ୍ଛାସେବୀଙ୍କୁ ସମୟ ମିଳିଛି

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଭୟରେ ସାରା ଦେଶରେ ଘୋଷଣା ହୋଇଥିବା ଲକ୍‌ଡାଉନ । ତେବେ ସବୁବେଳେ ବ୍ୟସ୍ତ ରହୁଥିବା ବକୁଳ ଫାଉଣ୍ଡେସନର ମୁଖ୍ୟ ସୁଜିତ ମହାପାତ୍ରଙ୍କୁ ଏହା ବହୁକଥା ଚିନ୍ତା କରିବାକୁ ସୁଯୋଗ ଦେଇଛି ।

ଏ ନେଇ ସୁଜିତ କହିଛନ୍ତି, ‘କୋଭିଡ ୧୯ ଆମକୁ ସତର୍କ କରିଦେଇଛି । କିନ୍ତୁ ମୁଁ ଖୁସି ଯେ, ମୋର ବହୁ ପ୍ରୋଜେକ୍ଟ ବାକି ରହିଥିବା ବେଳେ ଏବେ ସମୟ ପାଇଛି ସେ ସବୁରେ କାମ କରିବା ପାଇଁ ।’

ଘରୁ ବାହାରି ଲୋକଙ୍କ ସେବା କରିବାର ଇଚ୍ଛା ଥିଲେ ମଧ୍ୟ ବାପା କୋମାରେ ପଡିଥିବାରୁ ଓ ନିଜ ଦେହ ଖରାପ ଥିବାରୁ ସେ ଯାଇପାରୁ ନ ଥିବା ସେ କହିଛନ୍ତି ।

ଆଉ ଗୋଟିଏ ନୂଆ ବକୁଳ ପାଠାଗାର ଖୋଲିବା ପାଇଁ ଲକ୍ ଡାଉନ ପୂର୍ବରୁ ପ୍ରାୟ ୩୦ ହଜାର ବହି ମିଳିଥିଲା । ପ୍ରଥମ କାମ ଥିଲା ବୟସ ବର୍ଗରେ ବହି ସଜାଡିବା । ତେବେ କେଉଁଠୁ ଆରମ୍ଭ ହେବ ସେ ନେଇ ମୁଁ ଓ ମୋର ସ୍ୱେଚ୍ଛାସେବୀମାନେ ଦ୍ୱନ୍ଦ୍ୱରେ ଥିଲି । ସମୟ ଅଭାବରୁ ମୁଁ ଏଗୁଡିକ ସଜାଡିବା ଆରମ୍ଭ କରିପାରିନ ଥିଲି । ଏବେ ଲକ୍ ଡାଉନ ସମୟରେ ମୁଁ ଏଗୁଡିକ ସଜାଡିବାକୁ ସମୟ ପାଇଛି ବୋଲି ସୁଜିତ କହିଛନ୍ତି ।

ଇକୁଳ ଫାଉଣ୍ଡେସନ କିଛି ଦିନ ହେବ ଛୋଟ ପିଲାଙ୍କ ପାଇଁ ବହି ପ୍ରକାଶ କରୁଛି । ଲକ୍‌ଡାଉନ ପରେ ପ୍ରଥମେ ସୁଜିତ ବେଙ୍ଗାଳୁରୁ, ହାଇଦ୍ରାବାଦ, ଦିଲ୍ଲୀ, ସିଙ୍ଗାପୁର, ଟର୍ଣ୍ଣୋଣ୍ଟୋରେ ଘରେ ବସିଥିବା ଲେଖକମାନଙ୍କୁ ଗପ ଲେଖିବା ପାଇଁ ଉତ୍ସାହିତ କଲେ । ଏହି ସମ୍ବନ୍ଧୀୟ କାର୍ଟୁନ ମଧ୍ୟ ତିଆରି ସରିଲାଣି । ଏ ଭିତରେ ୧୦ଟି ବହି ପ୍ରସ୍ତୁତ ହୋଇସାରିଲାଣି ।

ଶିକ୍ଷା, କଳା ଓ ପରିବେଶର ସୁରକ୍ଷା ତଥା ବିକାଶ ପାଇଁ ସୁଜିତ ବହୁ ସ୍ୱେଚ୍ଛାସେବୀ ଗଢ ତୋଳିିଛନ୍ତି । ପିଲାମାନଙ୍କଠାରେ ପାଠପଢାର ଆଗ୍ରହ ବଢାଇବା ସହ ସୃଜନଶୀଳତା ବୃଦ୍ଧି କରିବା ବକୁଳ ଫାଉଣ୍ଡେସନର ମ୍ରୁଖ୍ୟ ଲକ୍ଷ୍ୟ । ଫାଉଣ୍ଡେସନ ପକ୍ଷରୁ ରାଜ୍ୟରେ ପାଠଗାର ଅଭିଯାନ ଆରମ୍ଭ ହୋଇଛି । ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ସେ ପ୍ରାୟ ୨୫ଟି ପାଠଗାର ପ୍ରତିଷ୍ଠା ହୋଇପାରିଛି ।

କରୋନା ମହାମାରୀର ରୂପ ନେଇଥିବା ବେଳେ ବାହାରକୁ ଯାଇ ଅନ୍ୟମାନଙ୍କୁ ସାହାଯ୍ୟ କରିପାରୁନାହାନ୍ତି ସୁଜିତ । କିନ୍ତୁ କରୋନା ପରବର୍ତ୍ତୀ ପରିସ୍ଥିତିରେ କାମ କରିବା ପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି ।

Leave A Reply

Your email address will not be published.