କଂଟେନରରେ ଲୁଚି କୋଲକାତାରୁ ଓଡ଼ିଶାକୁ ପ୍ରବେଶ କରୁଛନ୍ତି ଲୋକେ

ଭଦ୍ରକ: ସୀମାରେ କଡା ପହରା ସତ୍ତ୍ୱେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କୁରଛନ୍ତି ଲୋକେ । ପୋଲିସକୁ ଦେଉଛନ୍ତି ଚକମା । ପୋଲିସର କଡା କଟକଣା ମଧ୍ୟ କାମ କରୁନି । କଂଟେନରରେ ଭର୍ତ୍ତି ହୋଇ ଆସୁଛନ୍ତି ଓଡ଼ିଶା । ଗଳା ବାଟ ଦେଇ ଲୁଚି ଛପି ମାଡି ଆସୁଛନ୍ତି । କଂଟନେରରେ ଭର୍ତ୍ତି ହୋଇ ଓଡ଼ିଶା ଭିତରକୁ ଆସୁଛି ଗାଡି ।ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ଜଣାପଡିବା ପରେ ଏବେ ସମସ୍ତ ବାଟକୁ ପୋଲିସ ସିଲ୍ କରିଛି । ଏହା ସହ ଯାଂଚକୁ ମଧ୍ୟ କଡାକଡି କରାଯାଇଛି । ତେବେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବା ପାଇଁ ସବୁ ବାଟ ସିଲ୍ କରିବା ପରେ ମଧ୍ୟ କୋଲକାତାରୁ କଂଟେନରରେ ଓଡ଼ିଶାକୁ କିଛି ଲୋକେ ଆସିଥିବା ଆଜି ଦେଖିବାକୁ ମିଳିଛି ।
ଜଣେ କି ଦୁଇଜଣ ନୁହଁ, କଣ୍ଟେନରରେ ଆସୁଛନ୍ତି ୧୦ରୁ ଅଧିକ ଯାତ୍ରୀ । ଆଜି ରାଣୀତାଲ ଛକରେ କଣ୍ଟେନରକୁ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଂଚଳର ଲୋକେ ସନ୍ଦେହରେ କଣ୍ଟେନରକୁ ଅଟକ ରଖିଥିଲେ । ଏହା ପରେ ପୁଲିସକୁ ଖବର ଦେଇଥିଲେ । କିନ୍ତୁ ସେମାନେ ସେଠାରୁ ଖସି ଦୌଡି ପଳାଇଥିଲେ । ପୋଲିସର କଡା ପହରା ଥିବା ସତ୍ତ୍ୱେ ଏମାନେ ରାଜ୍ୟ ଭିତରକୁ କିଭଳି ପ୍ରବେଶ କରୁଛନ୍ତି ତାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି।