ବ୍ରହ୍ମପୁର:ବେଶଭୂଷାରୁ ଚୋର ସନ୍ଦେହରେ ଗ୍ରାମବାସୀ ଯେଉଁ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଲେ, ପୋଲିସ ତଦନ୍ତ ବେଳେ ଜଣାପଡ଼ିଲା ସେ ନିରୀହ। ଆଉ ଶେଷରେ ପୋଲିସ ତାଙ୍କର ଚିକିତ୍ସା ପରେ ଛାଡ଼ିଲା। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି କିଛି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ଚଲାବୁଲା କରୁଥିଲେ। ତାଙ୍କ ବେଶଭୁଷା ଏବଂ କଥାବାର୍ତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। କିଛି ଲୋକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଗୋଳନ୍ଥରା ପୋଲିସରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚ ତାଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣିଥିଲା। ଆକ୍ରମଣରେ ଆହତ ହୋଇଥିବା ଯୋଗୁ ପୋଲିସ ସହଯୋଗରେ ତାଙ୍କର ଚିକିତ୍ସା କରାଯାଇଥିଲା। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମଙ୍କ କହିବାନୁଯାୟୀ, ତଦନ୍ତ ବେଳେ ତାଙ୍କ ନାମ ଜି.ଶ୍ରୀନୁ(୩୫) ଏବଂ ଘର ବିଶାଖାପାଟଣା ନିକଟସ୍ଥ ଗନ୍ତିଆଡ଼ା ଗ୍ରାମରେ ବୋଲି ଜଣାପଡ଼ିଥିଲା। ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ରହୁଥିବା ନିଜ ସଂପର୍କୀୟଙ୍କ ପାଖକୁ ଆସିଥିଲେ। ବ୍ରହ୍ମପୁରରେ ଉକ୍ତ ସଂପର୍କୀୟଙ୍କ ଠିକଣା ଯାଞ୍ଚ କରିବା ପରେ ଶ୍ରୀନୁଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିବା ଏସପି ସୂଚନା ଦେଇଛନ୍ତି। ତେବେ ଗଞ୍ଜାମ ଜିଲାରେ ଏହା ପ୍ରଥମ ଘଟଣା ନୁହଁ। ପୂର୍ବରୁ ମଧ୍ୟ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା କେତେକ ବ୍ୟକ୍ତି ବିଗତ ଦିନରେ ଆକ୍ରମଣର ଶିକାର ହୋଇଛନ୍ତି। ଯାଞ୍ଚ ପରେ ପୋଲିସ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରିଛି।
BREAKING NEWS
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
Comments are closed.