ବ୍ରହ୍ମପୁର:ବେଶଭୂଷାରୁ ଚୋର ସନ୍ଦେହରେ ଗ୍ରାମବାସୀ ଯେଉଁ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଲେ, ପୋଲିସ ତଦନ୍ତ ବେଳେ ଜଣାପଡ଼ିଲା ସେ ନିରୀହ। ଆଉ ଶେଷରେ ପୋଲିସ ତାଙ୍କର ଚିକିତ୍ସା ପରେ ଛାଡ଼ିଲା। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି କିଛି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ଚଲାବୁଲା କରୁଥିଲେ। ତାଙ୍କ ବେଶଭୁଷା ଏବଂ କଥାବାର୍ତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। କିଛି ଲୋକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଗୋଳନ୍ଥରା ପୋଲିସରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚ ତାଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣିଥିଲା। ଆକ୍ରମଣରେ ଆହତ ହୋଇଥିବା ଯୋଗୁ ପୋଲିସ ସହଯୋଗରେ ତାଙ୍କର ଚିକିତ୍ସା କରାଯାଇଥିଲା। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମଙ୍କ କହିବାନୁଯାୟୀ, ତଦନ୍ତ ବେଳେ ତାଙ୍କ ନାମ ଜି.ଶ୍ରୀନୁ(୩୫) ଏବଂ ଘର ବିଶାଖାପାଟଣା ନିକଟସ୍ଥ ଗନ୍ତିଆଡ଼ା ଗ୍ରାମରେ ବୋଲି ଜଣାପଡ଼ିଥିଲା। ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ରହୁଥିବା ନିଜ ସଂପର୍କୀୟଙ୍କ ପାଖକୁ ଆସିଥିଲେ। ବ୍ରହ୍ମପୁରରେ ଉକ୍ତ ସଂପର୍କୀୟଙ୍କ ଠିକଣା ଯାଞ୍ଚ କରିବା ପରେ ଶ୍ରୀନୁଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିବା ଏସପି ସୂଚନା ଦେଇଛନ୍ତି। ତେବେ ଗଞ୍ଜାମ ଜିଲାରେ ଏହା ପ୍ରଥମ ଘଟଣା ନୁହଁ। ପୂର୍ବରୁ ମଧ୍ୟ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା କେତେକ ବ୍ୟକ୍ତି ବିଗତ ଦିନରେ ଆକ୍ରମଣର ଶିକାର ହୋଇଛନ୍ତି। ଯାଞ୍ଚ ପରେ ପୋଲିସ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରିଛି।
BREAKING NEWS
- ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
Comments are closed.