Latest Odisha News

BREAKING NEWS

ଟ୍ରକ୍‌ ଧକ୍କାରେ ୭ ଗୋରୁ ମୃତ 

ସୁନ୍ଦରଗଡ଼ : ଡ୍ରାଇଭରର ବେପାରୁଆ ନୀତି ଯୋଗୁ ଟ୍ରକ୍‌ ଚକା ତଳେ ଚାଲିଗଲା ୭ଟି ଗାଈର ଜୀବନ । କୋଇଡା ଥାନା ଅନ୍ତର୍ଗତ କୁସୁମୁଣ୍ଡି ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଲୁହାପଥର ବୋଝେଇ ଟ୍ରକ ମାଡ଼ିଦେଇ ଚାଲିଯିବାରୁ ୭ ଟି ଗୋରୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଆଜି ସକାଳେ ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଅନ୍ୟପଟେ ଗୋରୁ ମାଲିକଙ୍କ ପରିଚୟ ମିଳି ପାରିନାହିଁ।

ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର କୋଇଡା ଅଞ୍ଚଳରେ ଏପରି ଅମାନୁଷିକ ଘଟଣା ଘଟୁଥିବା ବେଳେ ଏଥି ପ୍ରତି କାହାର ଧ୍ୟାନ ନାହିଁ । ଗୃହପାଳିତ ପଶୁ ଓ ଗୋରୁ ପଲଙ୍କ ଅବାଧ ବିଚରଣ ଉପରେ ଧ୍ୟାନ ରଖା ଯାଉନଥିବା ବେଳେ ଅକାଳରେ ନିରୀହ ଗାଈଗୋରୁ ଓ ପଶୁଙ୍କ ଟ୍ରକ ଚକା ତଳେ ଜୀବନ ଯାଉଛି ।

Leave A Reply

Your email address will not be published.